
ବଲାଙ୍ଗିର, (କେପିଏନ୍ଏସ୍) : ବିଚ୍ ରାସ୍ତାରେ ମର୍ଡର । କ୍ରାଇମ ସିଟି ବଲାଙ୍ଗିରରେ ପୁଣି ଗଡ଼ିଲା ମୁଣ୍ଡ । ବଲାଙ୍ଗିର ସହରର ଚିମିନିଭାଟି ପଡ଼ା ପ୍ରାଥମିକ ସ୍କୁଲ ନିକଟ ଜନଗହଳି ରାସ୍ତାର ମଝି ମଝିରେ ଯୁବକଙ୍କୁ ଠିଆ ଠିଆ ହାଣି ଫେରାର୍ ମାରିଲା ହତ୍ୟାକାରୀ । ଯାହାକୁ ନେଇ ଏବେ ସାରା ସହରରେ ଚ୍ର୍ଚ୍ଚା । ହତ୍ୟାକାରୀଙ୍କ ହତ୍ୟାରେ ଶିକାର ହୋଇଥିବା ଯୁବକ ଜଣକ ଚିମିନିଭାଟି ପଡ଼ାର ରାମ ଦାସ ବୋଲି ଜଣାପଡ଼ିଛି । ବଲାଙ୍ଗିର ଟାଉନ ପୋଲିସ ସହ ଏସ୍ଡ଼ିପିଓ ସରୋଜ ସାହୁ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିବା ବେଳେ ମୃତକଙ୍କ ପରିବାରଲୋକେ ଘଟଣାସ୍ଥଳରେ ପହଞ୍ଚିବା ପରେ ପୋଲିସ ପଚରା ଉଚୁରା କରିବା ସହ ଘଟଣାର ମୂଳ ପର୍ୟ୍ୟନ୍ତ ପହଂଚିବା ପାଇଁ ଚେଷ୍ଟା ଚଲାଇଛି । ହତ୍ୟାକାଣ୍ଡ ପଛରେ ଟଙ୍କା କାରବାର ରହିଥିବା ବେଳେ ମୃତ ରାମ ଦାସଙ୍କ ସ୍ତ୍ରୀ ତାଙ୍କ ସ୍ୱାମୀଙ୍କୁ କିଛି ଦିନ ହେବ ରାମେଶ୍ୱର ନଗରର ଜଣେ ଯୁବକ ଜୀବନରୁ ମାରି ଦେବା ପାଇଁ ଧମକ ଦେଉଥିଲେ । ଆଜି ତାଙ୍କ ସ୍ୱାମୀଙ୍କୁ ବିଚ୍ ରାସ୍ତାରେ ହାଣି ଦେଇଥିବା ଗଣ ମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି । ଘଟଣାସ୍ଥଳରେ ପୋଲିସର ସାଇଣ୍ଟିଫିକ୍ ଟିମ ପହଞ୍ଚି ତଦନ୍ତ ଚଳାଇଥିବା ବେଳେ ପୋଲିସର ସନ୍ଧାନୀ କୁକୁର ମଧ୍ୟ ପୋଲିସ ତଦନ୍ତକୁ ଆହୁରି ମଜବୁତ କରିବା ପାଇଁ ସହାଯ୍ୟ କରିଥିବା ଦେଖିବାକୁ ମିଳିଛି ।