
କଂଟାବାଂଜି, (ଗୁରୁଦୟାଲ ହଂସ) : ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡର ଅଭିଯୁକ୍ତ ଗୋବିନ୍ଦ ସାହୁ ନିଜ ସ୍ତ୍ରୀ ଓ ପୁଅର ଚିକିତ୍ସା ବଡ ମେଡିକାଲରେ କରିବା ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ । ଏହି ଆବେଦନକୁ ବିଚାର କରି ଗତ ୮ ତାରିଖ ଦିନ କଂଟାବାଂଜି ଏଡିଜେଙ୍କ ଅଦାଲତରୁ ୧୪ ଦିନିଆ ଅନ୍ତରିଣ ଜାମିନ ମିଳିଥିଲା । ଏହି ବେଲ୍ ବଳରେ ଗୋବିନ୍ଦ ସାହୁ ନିଜ ସ୍ତ୍ରୀ ଓ ପୁଅକୁ ଚିକିତ୍ସା କରାଇବା ପରେ ଆଜି ଶୁକ୍ରବାର ଦିନ ଏଡିଜେଙ୍କ ଅଦାଲତରେ ନିଜକୁ ସରେଣ୍ଡର କରି ପୁନଃ ଜେଲ୍ ହାଜତ୍କୁ ଯାଇଥିବା ସୂଚନା ମିଳିଛି ।