ମୟୂରଭଞ୍ଜ : ସ୍ୱାମୀର ପରକିୟା ପ୍ରୀତି ସନ୍ଦେହରେ ଚାଳିଗଲା ସ୍ତ୍ରୀର ଜୀବନ । ସ୍ତ୍ରୀକୁ ମାରି ମୃତଦେହକୁ ରାତିସାରା ଜଗି ରହିଲା ରାକ୍ଷସ ସ୍ୱାମୀ । ମୃତ ମହିଳା ହେଲେ ୨୪ ବର୍ଷୀୟା ସବିତା ଭୋକ୍ତା ଏବଂ ଅଭିଯୁକ୍ତ ପୁରୁଷ ହେଲେ ୨୮ବର୍ଷୀୟ ଫୋତଲ ଭୋକ୍ତା । ମୟୂରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ଅନ୍ତର୍ଗତ ଟଙ୍ଗାଶୋଳ ଗ୍ରାମରେ ଏଭଳି ଘଟଣା ଘିଟିଛି । ସୂଚନା ଯୋଗ୍ୟ ଯେ, ଶୁକ୍ରବାର ବିଳମ୍ୱିତ ରାତିରେ ଖାଇ ସାରିବା ପରେ ଅଭିଯୁକ୍ତ ସ୍ୱାମୀ ତାଙ୍କ ପ୍ରେମିକା ସହ କଥା ହେଉଥିବା ସନ୍ଦେହ କରିଥିଲେ ପତ୍ନୀ ସବିତା । ଏହି କାରଣରୁ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ବଚସା । ଧିରେ ଧିରେ ଏହି ଯୁକ୍ତିତର୍କ ଉଗ୍ରରୂପ ନେଇଥିଲା । ଶେଷରେ ପତ୍ନୀକୁ ଏକ କାଠ ଫାଳିଆରେ ପିଟି ଚାଲିଲା ନିଷ୍ଠୁର ସ୍ୱାମୀ । ଫଳରେ ମହିଳା ଜଣକ ଘଟଣା ସ୍ଥଳରେ ହିଁ ପ୍ରାଣ ହରାଇଥିଲେ । ହତ୍ୟା କରିବା ପରେ ସାରା ରାତି ପତ୍ନୀଙ୍କ ମୃତଦେହକୁ ଜଗି ବସିଥିଲା ସ୍ୱାମୀ । ଏହି ଘଟଣା ସମ୍ପର୍କରେ ଖବର ପାଇ ଚାନ୍ଦୁଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଛି । ସେଠାରେ ପହଞ୍ଚି ହତ୍ୟାକାରୀ ସ୍ୱାମୀକୁ ଅଟକ ରଖିଛି ।
Prev Post
Next Post