ନିଖୋଜ ନାବାଳକର ଝୁଳନ୍ତା ମୃତଦେହ ଠାବ : ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ

କଳାହାଣ୍ଡି, (ଶେଷଦେବ ବେହେରା) : କଲମପୁର ଥାନା ଅନ୍ତର୍ଗତ ବାଣ୍ଡିଗାଁ ଗ୍ରାମପଞ୍ଚାୟତ ଆମଜୋର ଗାଁରେ ଏକ ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି । ଦଶମ ଶ୍ରେଣୀ ପଢ଼ୁଥିବା ଏକ ନାବାଳକଙ୍କ ମୃତଦେହ ଗୋଟିଏ ଗଛରେ ଝୁଲନ୍ତା ଅବସ୍ଥାରେ ଠାବ ହୋଇଛି । ସୂଚନା ଅନୁଯାୟୀ ଗାଁର ଅର୍ଜୁନ ରାଉତଙ୍କ ଦଶମ ଶ୍ରେଣୀ ପରୀକ୍ଷା ଦେଉଥିବା ପୁଅ ପଦ୍ମଲୋଚନ ରାଉତ(୧୬) ଗତକାଲି ଦିନ ଅପରାହ୍ନ ସମୟରୁ ନିଖୋଜ ଥିଲେ । ଘରଲୋକେ ବହୁତ ଖୋଜାଖୋଜି ଆରମ୍ଭ କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍‌ତ୍ତା ମିଳିନଥିଲା । ଏନେଇ ଆଜି ସକାଳେ ପଦ୍ମଲୋଚନ ତାଙ୍କ ପୁଅ ନିଖୋଜ ଥିବାବେଳେ କଲମପୁର ଥାନାରେ ଲିଖିତ ଭାବେ ଜଣାଇଥିଲେ । କିନ୍ତୁ ଅପରାହ୍ନ ୩ଟା ସମୟରେ ଆମଯୋର ଦଙ୍ଗରିଗୁଡ଼ା ବୁଢ଼ାରଜା ଜଙ୍ଗଲର ଏକ ଗଛରେ ମୃତଦେହ ଝୁଲୁଥିବା ନେଇ ଜଣାପଡିଥିଲା । ଖବର ପାଇ ଘରଲୋକେ ମୃତଦେହ ପାଖରେ ପହଂଚି ଶବକୁ ନିଜ ପୁଅ ବୋଲି ଚିହ୍ନଟ କରିଥିଲେ । ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଆସନ୍ତାକାଲି ସାଇଫିଣ୍ଟିକ ଟିମ ଆସିବାର ଥିବାବେଳେ ରାତିସାରା ପୋଲିସ ମୃତ ଦେହକୁ ଜଗି ରହିବ ବୋଲି ସୂଚନା ମିଳିଛି । ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ହେଉଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।

Leave A Reply

Your email address will not be published.