ବାପାକୁ କାଠ ଫାଳିଆରେ ପିଟି ପିଟି ହତ୍ୟା କଲେ ୨ ପୁଅ

ସୁନ୍ଦରଗଡ : ବାପାକୁ କାଠ ଫାଳିଆରେ ପିଟି ପିଟି ପୁଅ ହତ୍ୟା କରିଥିବା ଭଳି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା ବଣାଇର ଚାନ୍ଦିପୋଷ ଥାନାର ରାଣିବେର୍ଣ୍ଣା ଅଞ୍ଚଳରେ । ଘରୋଇ କଳହକୁ କେନ୍ଦ୍ର କରି ବାପାକୁ କାଠ ଫାଳିଆରେ ପିଟି ପିଟି ହତ୍ୟା କରିଛନ୍ତି ୨ ପୁଅ । ମୃତକ ଜଣକ ମଙ୍ଗରା ଭୂମିଜ ବୋଲି ଜଣାପଡିଛି । ତେବେ ବାପାଙ୍କୁ ମାରିବା ପରେ ୨ ପୁଅ ଫେରାର ହୋଇଯାଇଥିବା ଜଣାପଡିଛି । ସୂଚନା ଅନୁସାରେ ବଣାଇର ଚାନ୍ଦିପୋଷ ଥାନାର ରାଣିବେର୍ଣ୍ଣା ଅଞ୍ଚଳ ମଙ୍ଗରା ଭୁମିଜ ପ୍ରଥମ ସ୍ତ୍ରୀ ମୃତ୍ୟୁ ହୋଇଯିବା ପରେ ୨ୟ ବିବାହ କରିଥିଲେ । ୨ୟ ବିବାହ ପରେ ପ୍ରଥମ ସ୍ତ୍ରୀର ୨ ପୁଅଙ୍କ ସହ ବାପାର ପ୍ରତ୍ୟେକ ଦିନ ଘରେ ଝଗଡା ହୋଇଥାଏ । ଏନେଇ ଶୁକ୍ରବାର ରାତ୍ରିରେ ଘରେ ବାପା ସହ ୨ ପୁଅଙ୍କ ଝଗଡା ହୋଇଥିଲା । ଏଥିରେ ୨ ପୁଅ ଉତ୍ତ୍ୟକ୍ତ ହୋଇ ଏକ କାଠ ଫାଳିଆରେ ବାପା ମଙ୍ଗରାଙ୍କୁ ପିଟି ପିଟି ହତ୍ୟା କରିଥିଲେ । ତେବେ ଏତିକିରେ ୨ ପୁଅଙ୍କ ରାଗ ଶାନ୍ତ ହୋଇ ନ ଥିଲା । ମଙ୍ଗରାଙ୍କ ଉପରେ ସ୍କୁଟି ଚଢାଇ ଦେଇଥିଲେ । ଘଟଣାସ୍ଥଳରେ ମଙ୍ଗରାଙ୍କ ମୃତ୍ୟୁ ହୋଇଯିବା ପରେ ୨ ପୁଅ ଫେରାର ହୋଇଯାଇଛନ୍ତି । ୨ ପୁଅଙ୍କ ମଧ୍ୟରେ ଜଣେ ନାବାଳକ ରହିଛନ୍ତି । ଏନେଇ ଚାନ୍ଦିପୋଷ ଥାନା ଅଧିକାରୀ ଖବର ପାଇବା ପରେ ଘଟଣାସ୍ଥଳକୁ ଯାଇ ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.