ଗାତରେ ଫସିଛି ହାତୀ ଶାବକ : ବନ ବିଭାଗର ଉଦ୍ଧାର କାର୍ଯ୍ୟ ଜାରି

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ରେଞ୍ଜ ଅନ୍ତର୍ଗତ ପାରାଲସିଙ୍ଗା – ସଁଅରାପଦର ରାସ୍ତାରେ ଥିବା ଏକ ଗାତରେ ଗୋଟେ ହାତୀ ଶାବକ ପଡିଯାଇଛି । ଉକ୍ତ ହାତୀ ଶାବକ ବାହାରିବା ପାଇଁ ଚେଷ୍ଟା କରି ବାହାରି ପାରିନାହିଁ । ସ୍ଥାନୀୟ ଲୋକେ ଦେଖି ବନ ବିଭାଗକୁ ଖବର ଦେବା ପରେ ବନ ବିଭାଗ କର୍ମଚାରୀ ଓ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଘଟଣା ସ୍ଥଳରେ ଲୋକଙ୍କ ଭିଡ଼ ମଧ୍ୟ ଲାଗି ରହିଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.