oum

ସୁବର୍ଣ୍ଣମଞ୍ଜରୀପୁର ଗାଁ ଭିତରେ ହାତୀ

jsm

ଗୁରୁଡିଝାଟିଆ : ସୁବର୍ଣ୍ଣମଞ୍ଜରୀପୁର ଗାଁରେ ହାତୀ ଆତଙ୍କ । ସଞ୍ଜ ବେଳେ ଦଳଛଡା ଦନ୍ତାହାତୀ ଗାଁ ଭିତରକୁ ପଶିବା ଫଳରେ ଭୟଭୀତ ପରିବେଶ ସୃଷ୍ଟି ହୋଇଥିବା ଖବର ମିଳିଛି । ସନ୍ଧ୍ୟା ଆସନ୍ନ ହେବା ମାତ୍ରେ ଏକ ଦନ୍ତାହାତୀ ଗାଁ ଭିତରକୁ ପଶିବା ଫଳରେ ଲୋକମାନେ ଭୟଭୀତ ହୋଇପଡିଥିଲେ । ଲୋକମାନେ ହୋ-ହାଲ୍ଲା କରିବାରୁ ହାତୀଟି ପୁରୁଣା କଟକ-ସମ୍ବଲପୁର ରାସ୍ତା ପାଶ୍ୱର୍କୁ ପଳାଇ ଆସିଥିଲା । ସନ୍ଧ୍ୟା ପରେ ଏହି ରାସ୍ତାଟି ହାତୀମାନଙ୍କ ଯୋଗୁଁ ଏବେ ବିପଦ ସଂକୂଳ ହୋଇପଡିଛି । ଗତ ଦୁଇଦିନ ତଳେ ଏକ ଦନ୍ତାହାତୀ ଡାଳଭାଗ ଗ୍ରାମର ଜୈନିକ ଲୋକକୁ ଗୋଡାଇବା ଫଳରେ ସେ ଗୁରୁତର ହୋଇଥିଲେ । ବନ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

Leave A Reply

Your email address will not be published.