jayashree

କୃଷ୍ଣନନ୍ଦପୁର ଗାଁରେ ବୁଲୁଛି ହାତୀ : ଲୋକେ ଆତଙ୍କିତ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଚନ୍ଦନପୁର ଥାନା ଅଧୀନ କୃଷ୍ଣନନ୍ଦପୁର ଗ୍ରାମରେ ଏକ ଦନ୍ତା ହାତୀ ବୁଲୁଥିବାର ଦେଖିବାକୁ ମିଳିଛି । ସୋମବାର ସକାଳେ ଦନ୍ତା ହାତୀଟି ଗାଁ ରାସ୍ତାରେ ଯାଉଥିବାର ଶୌଚ ହେବା ପାଇଁ ଯାଇଥିବା ଲୋକେ ଦେଖିଥିଲେ । ହାତୀଟିକୁ ଦେଖି ଗାଁ ଲୋକେ ରୁଣ୍ଡ ହୋଇ ହୋ ହାଲ୍ଲା କରିବାରୁ ହାତୀଟି ଏଣେ ତେଣେ ଦୌଡ଼ିଥିଲା । ଏ ସମ୍ପର୍କରେ ଗାଁ ଲୋକେ ଥାନା ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ଖବର ଦେଇଥିଲେ । ଘଟଣା ସମ୍ପର୍କରେ ସୂଚନା ପାଇ ବନ କର୍ମଚାରୀ ସେଠାରେ ପହଞ୍ଚିଥିବା ଆଇଆଇସି ସୁମତୀ ମହାନ୍ତି କହିଛନ୍ତି । ଗତକାଲି ଏକ ହାତୀ କଣାସ ଅଞ୍ଚଳରେ ବୁଲୁଥିବାର ଦେଖାଯାଇଥିଲା । ଏବେ ଚନ୍ଦନପୁରରେ ବୁଲୁଥିବା ହାତୀଟି ସେଇ ହାତୀ ବୋଲି ସନ୍ଦେହ କରୁଥିବା ଡିଏଫଓ ରାମା ସାମୀ କହିଛନ୍ତି ।

Leave A Reply

Your email address will not be published.