ଜେଲରୁ ୪୦୦ରୁ ଅଧିକ କଏଦୀ ଫେରାର : ଗୁଳିକାଣ୍ଡରେ ଜେଲ ନିର୍ଦେଶକଙ୍କ ସହିତ ୨୫ ଜଣଙ୍କର ମୃତ୍ୟୁ

ହାଇତି : ହାଇତିର ଏକ ଜେଲରୁ ୪୦୦ ରୁ ଅଧିକ କଏଦୀ ଫେରାର ହୋଇଯାଇଥିବା ବେଳେ ଏହି ସମୟରେ ହୋଇଥିବା ଗୁଳିକାଣ୍ଡରେ ଜେଲ ନିର୍ଦେଶକଙ୍କ ସହିତ ୨୫ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ହାଇତିର ସରକାର ସୂଚନା ଦେଇ କହିଛନ୍ତି, ଗୁରୁବାର ରାଜଧାନୀ ପୋର୍ଟ ଅଫ୍ ପ୍ରିନ୍ସର ଉତ୍ତର ପୂର୍ବରେ ଥିବା କ୍ରୁଆ ଦି ବିକେ ସିଭିଲ୍ ସର୍ଭିସ ଜେଲରେ ଏଭଳି ଘଟଣା ଘଟିଛି । ଫେରାର କଏଦୀଙ୍କ ଭିତରୁ ୬୦ ଜଣଙ୍କୁ ଗିରଫ କରାଯାଇଛି ଓ ଅନ୍ୟମାନଙ୍କର ସନ୍ଧାନ ଜାରି ରହିଛି ।

Leave A Reply

Your email address will not be published.