ଆଜିଠାରୁ ଆରମ୍ଭ ହେଲା କାର୍ତ୍ତିକ ବ୍ରତ : ପୁରୀରେ ହଜାର ହଜାର ହବିଷ୍ୟାଳି

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଆଜିଠାରୁ ଆରମ୍ଭ ହୋଇଛି ପବିତ୍ର କାର୍ତ୍ତିକ ବ୍ରତ । ଏହି ଉପଲକ୍ଷେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ । ଆଜିଠୁ ମାସେ ଧରି କାର୍ତ୍ତିକ ବ୍ରତ ପାଳିବେ ହବିଷ୍ୟାଳି । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ହବିଷ୍ୟାଳି ଯୋଜନାରେ ହବିଷ୍ୟାଳିଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହବିଷ୍ୟାଳି ଶିବିର ଉଦ୍‌ଘାଟନ କରିବେ । ବିଭିନ୍ନ ଜିଲାରୁ ୨ ହଜାର ୯୩୫ ଜଣ ହବିଷ୍ୟାଳି ପଞ୍ଜିକରଣ କରିଛନ୍ତି । ୫ଟି କେନ୍ଦ୍ରରେ ସେମାନଙ୍କ ରହିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଗତ ଦୁଇବର୍ଷ ଧରି କରୋନା କଟକଣା ଯୋଗୁଁ ହବିଷ୍ୟାଳିମାନେ ନିଜ ନିଜ ଘରେ ରହି ଏହି ବ୍ରତ ପାଳନ କରିଥିବା ବେଳେ ଚଳିତବର୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ ଏମାନଙ୍କ ପାଇଁ ମାଗଣାରେ ସମସ୍ତ ବ୍ୟବସ୍ଥା କରାଯାଇଥିବା ଜଣାପଡିଛି । ତେଣୁ ପୁରୀରେ ହଜାର ହଜାର ହବିଷ୍ୟାଳିଙ୍କ ଭିଡ଼ ଜମିଛି । ବୃନ୍ଦାବତୀ ଭକ୍ତ ନିବାସ, ବଗଲା ଧର୍ମଶାଳା, ଅକ୍ଷୟ ପାତ୍ର ଫାଉଣ୍ଡେସନ, ବାଗେଡ଼ିଆ ଧର୍ମଶାଳା ଓ ମୋଚିସାହି କଲ୍ୟାଣ ମଣ୍ଡପରେ ହବିଷ୍ୟାଳିମାନେ ରହିଛନ୍ତି ।

Leave A Reply

Your email address will not be published.

error: Content is protected !!