ପଦ୍ମପୁର ବ୍ଲକ ଡଙ୍ଗାଘାଟ ପଞ୍ଚାୟତରେ ଗୁରୁତ୍ୱ ଦିଆଯାଉନି ହିତାଧିକାରୀଙ୍କ ହିତକୁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଡଙ୍ଗାଘାଟ ପଞ୍ଚାୟତରେ ହିତାଧିକାରୀଙ୍କ ହିତକୁ ଗୁରୁତ୍ବ ଦିଆଯାଉ ନଥିବାରୁ ସାଧାରଣରେ ଅସନ୍ତୋଷ ପରିଲକ୍ଷିତ ହେଉଛି। ବର୍ତ୍ତମାନ ଓଡ଼ିଶାରେ ମୋ’ ସରକାର ଓ ୫ଟି ଯୋଜନା ସମସ୍ତ ବିଭାଗରେ କାର୍ୟ୍ୟକାରୀ ହେଉଛି । ସରକାରୀ ଯୋଜନା ଯେଭଳି ଭାବେ ଲୋକଙ୍କ ପାଖରେ ଠିକ୍ ଭାବରେ ପହଞ୍ଚି ପାରିବ ସେଥିପ୍ରତି ବିଶେଷ ଦୃଷ୍ଟି ଦିଆଯାଉଛି। ଏଣୁ ଦୁର୍ନୀତିଗ୍ରସ୍ତ ଅଧିକାରୀ, କର୍ମଚାରୀମାନଙ୍କୁ ବି ବିଦା କରାଯାଉଛି । କିଛି ଦିନ ତଳେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଭଦ୍ରା ପଞ୍ଚାୟତରେ ମେ’ ଓ ଜୁନ୍ ମାସର ପିଡିଏସ କିରୋସିନ ୧୪ ଟଂକା ୮୫ ପଇସାରେ ଆସିଥିଲା। ସେହି ପଂଚାୟତର ଯୋଗାଣ ସହାୟକ ଲିଟର ପିଛା ୩୫ ଟଂକାରେ ବିକ୍ରି କରିଥିଲେ ଏବଂ ଗ୍ରାମବାସୀଙ୍କର ଅଭିଯୋଗ କ୍ରମେ ଜିଲ୍ଲାପାଲ ତାଙ୍କୁ ବହିଷ୍କାର କରିଥଲେ । ଏପରି ସମାନ ଚିତ୍ର ଦେଖିବାକୁ ମିଳିଛି ପଦ୍ମପୁର ବ୍ଲକର ଡଙ୍ଗାଘାଟ ଗ୍ରମାପଂଚାୟତରେ। ଗତ ବର୍ଷ ମେ’ ଓ ଜୁନ ମାସ କରୋନା ସମୟରେ ଆସିଥିବା କିରୋସିନ ସରକାରୀ ଧାର୍ୟ୍ୟ ମୂଲ୍ୟ ଥିଲା ଲିଟର ପିଛା ୧୪ ଟଂକା ୮୫ ପଇସା, କିନ୍ତୁ ଏଠାରେ ଯୋଗାଣ ସହାୟକ ସୁନିଲ ରଣା ମେ’ ଓ ଜୁନ୍ ମାସର କିରୋସିନ ଲିଟର ପିଛା ୩୫ ଟଂକାରେ ବିକ୍ରି କରିଥିଲେ । ତାହା ଜଣାପଡି ଯିବାରୁ ତାଙ୍କୁ ମାତ୍ର ଏକ ମାସ ପାଇଁ ପଞ୍ଚାୟତରୁ ଅନ୍ତର କରଯାଇଥିଲା । ମାତ୍ର ଏକ ମାସ ପରେ ଇଓ ନିରଞ୍ଜନ ସାହୁ ଏବଂ କିଛି ୱାର୍ଡ ମେମ୍ବର, ସରପଞ୍ଚ ସଫାସୁତୁରା କରି ତାଙ୍କୁ ପୁନଃ ରଖିଥିଲେ । ତେବେ ଏହି ସବୁ ତଥ୍ୟ ବିଡ଼ିଓ ଜାଣିଥିଲେ ମଧ୍ୟ ଚୁପ୍ ଥିଲେ । ସାଧାରଣ ଲୋକଙ୍କୁ କରୋନା ସମୟରେ ଆର୍ଥିକ ସହାୟତା ଦେଉଥିବା ସମୟରେ ଏଭଳି କର୍ମଚାରୀ ସବୁ ଅର୍ଥ ହଡ଼ପ କରିଦେଇଛନ୍ତି । ଏଥିରୁ ଯାହା ଜଣାଯାଉଛି ବରଗଡ ଜିଲ୍ଲାରେ ମୋ ସରକାର ୫ଟିକୁ ମଧ୍ୟ କୌଣସି ଅଧିକାରୀ ଏବଂ କୌଣସି ବିଭାଗୀୟ ଅଧିକାରୀ ମଧ୍ୟ ଗୁରୁତ୍ୱ ଦେଉନାହାନ୍ତି । ଏଣୁ ମୋ ସରକାର, ୫ଟି ଏବଂ ଜିଲ୍ଲାପାଳ ତୁରନ୍ତ ଉଚିତ୍ ତଦନ୍ତ କରି ଇଓ ଓ ଯୋଗାଣ ସହାୟକକୁ ତୁରନ୍ତ କାର୍ୟ୍ୟରୁ ବହିଷ୍କାର କରିବାକୁ ପଞ୍ଚାୟତବାସୀ ଦାବୀ କରୁଛନ୍ତି ।

Leave A Reply

Your email address will not be published.