ବୋମା ଫୁଟି ବାଳକ ଗୁରୁତର

ସୁନ୍ଦରଗଡ : ସୁନ୍ଦରଗଡ ସବଡେଗା ବ୍ଲକ ଅନ୍ତର୍ଗତ ସୁବଳୟା ପଞ୍ଚାୟତ ପଛ ପଟରେ ରହିଥିବା ସାହିରେ ବାରହା ଶିକାର ପାଇଁ ଖଞ୍ଜା ଯାଇଥିବା ବୋମାରେ ଜଣେ ୧୦ବର୍ଷର ବାଳକର ଗୋଡ ପଡି ଯିବାରୁ ବୋମା ଫୁଟି ବାଳକ ଜଣକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ନାବାଳକଙ୍କୁ ସୁନ୍ଦରଗଡ ସରକାରୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବାଳକ ଜଣକ ହେଲେ ଏମ୍‌ଡି ତେଗି । ସୂଚନା ଅନୁସାରେ ସନ୍ଧ୍ୟାରେ ଏମ୍‌ଡି ତେଗି ଘର ବାହାରେ ଫୁଟବଲ୍‌ ଖେଳୁଥିଲେ । ଏହି ସମୟରେ ବାରହା ଶିକାର ପାଇଁ ଖଞ୍ଜା ଯାଇଥିବା ବୋମାରେ ବାଳକର ପାଦ ପଡି ଯାଇଥିଲା । ପାଦ ପଡିବା ମାତ୍ରେ ଯୋରରେ ଶବ୍ଦ ହେବା ସହ ଧୂଆଁ ବାହାରି ଥିଲା । ଘର ଭିତରେ ରହିଥିବା ବାଳକର ମା’ଙ୍କ ସହ ଅନ୍ୟ ମାନେ ଶବ୍ଦ ଶୁଣି ଘର ଭିତରୁ ବାହାରି ଆସିଥିଲେ । ଏମଡି ତେଗି ତଳେ ପଡି ପାଟି କରୁଥିବାର ଦେଖିବାକୁ ପାଇଥିଲେ । ଘର ଲୋକେ ପୁଅର ପାଦ ଫାଟି ରକ୍ତ ବାହାରୁ ଥିବା ଦେଖି ସାହିରେ ଥିବା ଏକ ଅଟୋରେ ମେଡିକାଲକୁ ଚିକିତ୍ସା ପାଇଁ ନେଇଥିଲେ ।

Leave A Reply

Your email address will not be published.