ଗ୍ୟାସ୍ ଚୁଲାରୁ ନିଆଁ ଲାଗି ମହିଳା ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : କଲାହାଣ୍ଡି ଜିଲ୍ଲା ମଦନପୁରର ରାମପୁର ବ୍ଲକ ଅର୍ନ୍ତଗତ ରାମପୁର ଗାଁରେ ଜଣେ ମହିଳା ନିଜର ରୋଷେଇ ଘରେ ରୋଷେଇ କରୁଥିବା ସମୟରେ କୌଣସି କାରଣ ବସତଃ ଗ୍ୟାସ୍ ସିଲିଣ୍ଡରର ନିଆଁ ଦେହରେ ଲାଗି ୮୦ ପ୍ରତିଶତ ପୋଡି ଯାଇଥିବା ଜଣାପଡ଼ିଛି । ମହିଳାଙ୍କ ନାମ ସୁରଭି ପ୍ରହରାଜ ବୋଲି ଜଣା ପଡିଛି । ସୁରଭିଙ୍କ ପରିବାର ଲୋକେ ତାଙ୍କୁ ତୁରନ୍ତ ଭବାନୀପାଟନା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ସୁରଭିଙ୍କ ଅବସ୍ଥା ଗୁରୁତର ହେବାରୁ ଗତକାଲି ସନ୍ଧ୍ୟାରେ ସୁରଭିଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡ଼କାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଜି ପୁଣି ତାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ହେବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରୀତ କରାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.