oom

ଟ୍ରକ୍ ପଛରେ ଧକ୍କା ହେଲା ଯାତ୍ରୀବାହୀ ବସ୍ : ୩ ଗୁରୁତର ୧୦ରୁ ଅଧିକ ଆହତ

jsmm

ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ଯାତ୍ରୀବାହୀ ବସ୍ । ୩ ଗୁରୁତର ୧୦ରୁ ଅଧିକ ଆହତ । ଢେଙ୍କାନାଳ ସଦର ଥାନା ଗଦାଶିଳା ନିକଟରେ ଏହି ଦୁର୍ଘଟଣା ଘଟିଛି । ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନାନୁଯାୟୀ, ହୀରାକୁଦରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଶୁଭମ୍ ନାମକ ଏକ ନାଇଟ କୋଚ୍ ବସ୍ ଢେଙ୍କାନାଳ ସଦର ଥାନା ଗଦାଶିଳା ବାଇପାସରେ ଠିଆ ହୋଇଥିବା ଏକ ଟ୍ରକ୍ ପଛରେ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ୩ ଜଣ ଗୁରୁତର ହୋଇଥିବା ବେଳେ ୧୦ଜଣ ଆହତ ହୋଇଛନ୍ତି। ଖବର ପାଇ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି । ବସ୍‌ଟି ଦ୍ରୁତ ଗତିରେ ଯାଉଥିବା ଯୋଗୁଁ ଭାରସାମ୍ୟ ହରାଇ ଟ୍ରକ୍ ସହିତ ଧକ୍କା ହୋଇଥିବା କୁହାଯାଉଛି । ତେବେ ଦୁର୍ଘଟଣା ପରେ ବସ୍‌ର ଡ୍ରାଇଭର ଓ କର୍ମଚାରୀମାନେ ଫେରାର ହୋଇଯାଇଛନ୍ତି ।

jittmm
Leave A Reply

Your email address will not be published.