centurian jitm

ବିଷ ଖାଇ ସ୍ୱାମୀ-ସ୍ତ୍ରୀ ଗୁରୁତର

ବୁଗୁଡ଼ା : ବୁଗୁଡ଼ା ବ୍ଲକ କରଚୁଲି ପଞ୍ଚାୟତ ଅନ୍ତର୍ଗତ କଣ୍ଟାବଣି ଗ୍ରାମରେ ଜନୈକ ଦମ୍ପତ୍ତି ବିଷ ଖାଇ ଗୁରୁତର ହୋଇଥିବା ଜଣାପଡ଼ିଛି । ଗୁରୁତର ସ୍ୱାମୀ-ସ୍ତ୍ରୀ ହେଲେ ନାରାୟଣ ସାହୁ(୩୬) ଓ କାଜଲ ସାହୁ (୩୦) । ପ୍ରକାଶ ଯେ, ସୁରତରେ କାମ କରୁଥିବା ନାରାୟଣ ଗତ ମାସରେ ଘରକୁ ଆସିଥିଲେ । ପାରିବାରିକ ଅଶାନ୍ତି କାରଣରୁ ସ୍ତ୍ରୀ ଆଜି ସକାଳେ ସ୍ୱାମୀଙ୍କୁ ଖାଦ୍ୟରେ ବିଷ ମିଶାଇ ଖାଇବାକୁ ଦେଇ ନିଜେ ବିଷ ଖାଇ ଦେଇଥିଲେ । ସ୍ୱାମୀ ଖାଇ ସାରି ଉଠିବା ବେଳକୁ ସ୍ତ୍ରୀ ବାନ୍ତି କରିବାରେ ଲାଗିଥିଲେ। ପରିବାର ଲୋକେ ଏହା ଦେଖିବା ଏବଂ ଘଟଣା ସମ୍ପର୍କରେ ଜାଣିବା ପରେ ସେ ଦୁହିଁଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବୁଗୁଡା ମେଡିକାଲକୁ ଅଣାଯାଇଥିଲା । ଉଭୟଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି ।

Leave A Reply

Your email address will not be published.