କଲେଜ ଛାତ୍ରୀଙ୍କ ଉପରେ ଚଢ଼ିଗଲା ବାଲି ବୋଝେଇ ଟ୍ରାକ୍ଟର : ଜଣେ ମୃତ, ଜଣେ ଗୁରୁତର

ବାଲିଆପାଳ : କଲେଜ ଛାତ୍ରୀଙ୍କ ଉପରେ ଚଢ଼ିଗଲା ବାଲି ବୋଝେଇ ଟ୍ରାକ୍ଟର । ଘଟଣାସ୍ଥଳରେ ଜଣେ ଛାତ୍ରୀ ମୃତ ଓ ଜଣେ ଗୁରୁତର । ମୃତା ଲଙ୍ଗଳେଶ୍ୱର କଲେଜର ଦ୍ଵିତୀୟ ବର୍ଷର ଛାତ୍ରୀ ରଶ୍ମିତା ବୋଲି ଜଣାଯାଇଛି । ଗୁରୁତର ଛାତ୍ରୀଙ୍କୁ ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ବାଲିଆପାଳ ଥାନା ଦକ୍ଷିଣ ମହାବଳା ଛକରେ ଘଟିଛି ଏଭଳି ଦୁର୍ଘଟଣା । ସାଇକେଲ ଯୋଗେ ଦୁଇଜଣ ଛାତ୍ରୀ କଲେଜ ଯିବା ସମୟରେ ପଛପଟୁ ଚଢ଼ିଯାଇଥିଲା ଟ୍ରାକ୍ଟର । ଘଟଣାସ୍ଥଳରେ ବାଲିଆପାଳ ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହିତ ଟ୍ରାକ୍ଟରକୁ ଜବତ କରିଛି ।

Leave A Reply

Your email address will not be published.