centurian jitm

ଇଲେକ୍ଟ୍ରି କାମ କରୁଥିବା ସମୟରେ ଲାଇନମେନ ସନାତନ ଗୁରୁତର

nschool

ପଦ୍ମପୁର, (ନିରୋଜ କୁମାର ପାଣୀ) : ଇଲେକ୍ଟ୍ରି କାମ କରୁଥିବା ସମୟରେ ଲାଇନମେନ ସନାତନ ଗୁରୁତର ଥିବା ଜଣାପଡିଛି । ସୂଚନା ଅନୁସାରେ କର୍ମୀମାନଙ୍କ ଅସାବଧାନତା କାରଣରୁ ସନାତନ ପାଣ୍ଡେ ଗତକାଲି ଦିନ ୧୧ଟାରେ ଗୋଟିଏ ଇଲେଟ୍ରି ଖୁଣ୍ଟକୁ ଚଢି ଲାଇନ କାମ କରୁଥିଲେ । ତେବେ କାମ କରିବା ସମୟରେ ଅନ୍ୟ କର୍ମୀମାନଙ୍କ ଅସାବଧାନତା ଯୋଗୁଁ ସେ ଝଟକା ଖାଇ ତଳେ ପଡି ଯାଇଥିବା ଜଣାପଡିଛି । ସେ ଝାରବନ୍ଧ ଟାଟା ପାୱାର ଗ୍ରୀଡରେ ଲାଇନମେନ ଭାବରେ କାର୍ଯ୍ୟରତ । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ପ୍ରଥମେ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟଠାରେ ପ୍ରାଥମିକ ଚିକିତ୍ସା କରିବା ପରେ ବିକାଶ ହସ୍ପିଟାଲ ବରଗଡକୁ ସ୍ଥାନାନ୍ତରିତ କରାଯାଇଛି ।

Leave A Reply

Your email address will not be published.