ppurohit

ଟାଙ୍ଗଣାପଲ୍ଲୀ ବାଳିକା ଉଚ୍ଚବିଦ୍ୟାଳୟରେ ୨୦ତମ ଆଞ୍ଚଳିକ ଗୁରୁ ପୂଜନ ସମାରୋହ

2nd

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ଟାଙ୍ଗଣା ପଲ୍ଲୀ ହରାଗୌରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଆଞ୍ଚଳିକ ସ୍ତରୀୟ ୨୦ତମ ଗୁରୁପୂଜନ ସମାରୋହ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଟାଙ୍ଗଣା ପଲ୍ଲୀ ଅଂଚଳର ବିଭିନ୍ନ ଗ୍ରାମର ଅବସର ପ୍ରାପ୍ତ ଶିକ୍ଷକ ତଥା କାର୍ଯ୍ୟରତ ଶିକ୍ଷକ ମାନଙ୍କୁ ନିମନ୍ତ୍ରଣ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରଧାନ ଶିକ୍ଷୟତ୍ରୀ ରଶ୍ମିତା ପଟ୍ଟନାୟକଙ୍କ ପୌରହିତ୍ୟରେ ଏବଂ ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ କାମରାଜୂ ମହାରଣାଙ୍କ ସଂଚଳନାରେ ପରିଚାଳିତ ଏହି ଉତ୍ସବରେ ଅବସରପ୍ରାପ୍ତ ବ୍ରିଗେଡ଼ିଆର ଡାକ୍ତର ଅରୁଣ କୁମାର ପାଢ଼ୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଛାତ୍ରଛାତ୍ରୀମାନେ କେବେ ନିଜକୁ ଅସହାୟ ମନେ ନ କରି ସର୍ବଦା ନାସ୍ତି ବାଚକ ଚିନ୍ତାରୁ ଦୁରେଇ ରହି ଅଧ୍ୟୟନ ପ୍ରତି ଧ୍ୟାନଦେବାକୁ ଏବଂ ଗୁରୁଙ୍କ ପରାମର୍ଶ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ । ଏହି ଉତ୍ସବର ମୁଖ୍ୟ ପୃଷ୍ଠପୋଷକ ଟାଙ୍ଗଣା ପଲ୍ଲୀ ପଂଚାୟତ ସରପଞ୍ଚ ବି. ସୁଦାମ ଗୁରୁ ପୂଜନ ଉତ୍ସବର ଇତିହାସ ବିଷୟ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ସମ୍ମିନୀତ ଅତିଥି ରୂପେ ଓଡିଶା ଗ୍ରାମ୍ୟ ଗୃହ ଉନ୍ନୟନ ନିଗମର ପୂର୍ବତନ ଅଧ୍ୟକ୍ଷ ଡ଼ଃ. ବିଶ୍ୱନାଥ, ଅଂଚଳର ବରିଷ୍ଠ ଶିକ୍ଷାବିତ ଲକ୍ଷ୍ମୀ ନାରାୟଣ ଶତପଥି, ନିଖିଳ ଉତ୍କଳ ଶିକ୍ଷକ ମହାସଂଘର ରାଜ୍ୟ କାର୍ଯ୍ୟକାରୀ ସଭାପତି ଅଶୋକ କୁମାର ଦଳେଇ, ନୀଳକଣ୍ଠେଶ୍ଵର ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ବିଷ୍ଣୁ ପ୍ରସାଦ ତ୍ରିପାଠୀ, ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ ନର୍ମଦା ଦେବୀ, ପୂର୍ବତନ ପ୍ରଧାନ ଶିକ୍ଷକ ନରସିଂହ ଜେନା, ଇ. କନ୍ୟା କୁମାରୀ, ସମିତି ସଭ୍ୟା ମୀନା କୁମାରୀ ସାହୁ, ବିଧାୟକ ପ୍ରତିନିଧି ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ସିଆରସି ଜଗଦିଶ ମହାନ୍ତି, ଭିକାରି ପଲ୍ଲୀ ହାଇସ୍କୁଲ ପ୍ରଧାନ ଶିକ୍ଷକ କୋରେଶ ଚନ୍ଦ୍ର ଶତପଥି ପ୍ରମୁଖ ଯୋଗ ଦେଇ ସମାଜରେ ଗୁରୁ ମାନଙ୍କ ସ୍ଥିତି, ସରକାରୀ ଉଦାସୀନତା ଓ ମର୍ଯ୍ୟାଦା ଉପରେ ବକ୍ତବ୍ୟ ରଖି ଶିକ୍ଷକମାନେ ସମାଜ ଗଠନରେ ପ୍ରମୁଖ ବିନ୍ଧାଣି ବୋଲି ମତ ବ୍ୟକ୍ତ କରିଥିଲେ । ଏହି ଅବସରରେ ଗଞ୍ଜାମ ଜିଲ୍ଲାର ଅନ୍ୟତମ କୃତି ପ୍ରଧାନ ଶିକ୍ଷକ ଡ଼ଃ ବିଜୟ ଚନ୍ଦ୍ର ମହାରଣାଙ୍କୁ ତାଙ୍କର ସର୍ବକାଳୀନ କୃତିତ୍ୱ ପାଇଁ ପରିଷଦ ତରଫରୁ ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଉତ୍ସବକୁ ବିଦ୍ୟାଳୟର ଶିକ୍ଷୟିତ୍ରୀ ନିରୁପମା ମିଶ୍ର, ପ୍ରଭାସିନୀ ସାହୁ, ସାଗରୀକା ପାଢ଼ୀ, ଜି.ବଜୟଲକ୍ଷ୍ମୀ, ସୁଧୀର ସେଠି, ପଦ୍ମ ଚରଣ ଦାସ,ବିନୋଦ ମହାନ୍ତି ଏବଂ ସ୍ୱେର୍ଚ୍ଚାସେବୀ ଅମରେଶ୍ୱର ସାହୁ, ଦୁର୍ଯ୍ୟୋଧନ ପ୍ରଧାନ ପ୍ରମୁଖ ସକ୍ରିୟ ପରିଚାଳନା କରିଥିଲେ । ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରେ ନୃତ୍ୟ ଓ ସଂଗୀତ ପରିବେଷଣ କରାଯାଇଥିଲା ।

Leave A Reply

Your email address will not be published.