ଡେଲାଙ୍ଗରେ ଗୁରୁଦିବସ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଦିବସ ଅବସରରେ ଗୁରୁ ପୁଜ୍ୟ ପୂଜା ପରମ୍ପରାକୁ ଉଜ୍ଜୀବିତ ରଖିବା ନିମନ୍ତେ ଦୁର୍ଗା ଚରଣ ରାଉତରାୟ ଏବଂ ଅଜୟ ରାଉତରାୟ, ଡେଲାଙ୍ଗ ମହୋତ୍ସବ କମିଟି ଆନୁକୂଲ୍ୟରେ, ହାଟଡେଲାଙ୍ଗରେ ଗୁରୁଦିବସ ଉତ୍ସବ ଖୁବ୍ ଧୁମ୍ ଧାମରେ ପାଳନ କରାଯାଇଛି । ଉକ୍ତ ଉତ୍ସବରେ ନାଟ୍ୟଗୁରୁ ବିଜୟ କୁମାର ସାମନ୍ତରାୟ, ଅବସରପ୍ରାପ୍ତ ଅଧ୍ୟକ୍ଷ ଡେଲାଙ୍ଗ ମହାବିଦ୍ୟାଳୟ, ଅଭୟ ଚରଣ ରାଉତରାୟ, କୁଳମଣି ପ୍ରଧାନ, ଅବସରପ୍ରାପ୍ତ ଶିକ୍ଷକ ପ୍ରଭାସ କୁମାର ମହାରଣା, ରବିନ୍ଦ୍ର ପ୍ରଧାନ, ଅନିରୂଦ୍ଧ ସ୍ୱାଇଁ ଓ ମୁନିନ୍ଦା ସରପଞ୍ଚ ଶେଷଦେବ ବାରିକଙ୍କୁ ସମ୍ବର୍ଧନା ଅବସରରେ ଶତାଧିକ ଶୁଭେଚ୍ଛୁ ଉପସ୍ଥିତ ରହି ଗୁରୁଦିବସର ମାହାତ୍ମ୍ୟ ବିଷୟରେ ଆଲୋଚନା କରିଥିଲେ ।

Leave A Reply

Your email address will not be published.