oom

ଗୁପ୍‌ଚୁପ୍‌ ଖାଇ ୬ ଯୁବତୀ ଅସୁସ୍ଥ : ଖବର ବିଭିନ୍ନ ଗଣ ମାଧ୍ୟମରେ ପ୍ରସାରଣ ପରେ ତତ୍ପରତା ଦେଖାଇଲା ଖାଦ୍ୟ ନିରାପତ୍ତା ବିଭାଗ

jsmm
  • ବଣାଇ ଅଞ୍ଚଳର ବିଭିନ୍ନ ହୋଟେଲ ଓ ଫାଷ୍ଟ ଫୁଡ୍ ଦୋକାନରେ କଲା ଚଢାଉ

ବଣାଇ, (ନାରାୟଣ ଚନ୍ଦ୍ର ବେହେରା) : ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡର କେନ୍ଦ୍ରୀକଳା ଗ୍ରାମରେ ଗତ ଦୁଇ ଦିନ ତଳେ ଏକ ଗୁପ୍‌ଚୁପ୍‌ ଠେଲାରେ ଗୁପ୍‌ଚୁପ୍‌ ଖାଇ ୬ ଜଣ ଯୁବତୀ ଗୁରୁତର ହୋଇ ବଣାଇ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଖବର ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରସାରଣ ପରେ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ତତ୍ପରତା ଦେଖାଦେଇଛି । ବଣାଇ ଉପଖଣ୍ଡରେ ଅନେକ ହୋଟେଲ ଓ ଫାଷ୍ଟ ଫୁଡ୍ ଦୋକାନ ଦିନକୁ ଦିନ ଗଢି ଉଠୁଥିବା ବେଳେ ଖାଦ୍ୟର ମାନ ନେଇ ସବୁବେଳେ ଚର୍ଚ୍ଚା ହୋଇ ଆସୁଥିଲେ ମଧ୍ୟ ଖାଦ୍ୟ ନିରାପତ୍ତା ବିଭାଗ ନୀରବ ଦ୍ରଷ୍ଟା ହୋଇ ଚୁପ୍ ରହିଥିଲା କିନ୍ତୁ ଖବର ପ୍ରସାରଣ ପରେ ବଣାଇ ଏବଂ ଲହୁଣୀପଡ଼ା ଅଞ୍ଚଳରେ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିବା ସୂଚନା ମିଳିଛି । ବଣାଇ ଉପଖଣ୍ଡର ସମରଦରି, ରାଜାମୁଣ୍ଡା, ଗୁଢ଼ିଆଳି ବଣାଇ ଓ ଲହୁଣୀପଡ଼ା ଅଞ୍ଚଳର ବିଭିନ୍ନ ଢାବା, ହୋଟେଲ ପାଉଁରୁଟି, ମିକ୍ଚର କାରଖାନାରେ ଚଢ଼ାଉ କରାଯାଇ ୬୫୦୦ ଟଙ୍କା ଜରିମାନା ସହିତ ୧୫ ରୁ ୨୦ କିଲୋ ବାସୀ ଏବଂ ରଙ୍ଗ ଯୁକ୍ତ ଅଖାଦ୍ୟ ନଷ୍ଟ କରାଯାଇ ଥିବା ଜଣାପଡିଛି । ଯେଉଁ ଗୁପ୍‌ଚୁପ୍‌ ଠେଲାରେ ଗୁପ୍‌ଚୁପ୍‌ ଖାଇ ୬ ଜଣ ଯୁବତୀ ଅସୁସ୍ଥ ହୋଇଥିଲେ ସେହି ଗୁପ୍‌ଚୁପ୍‌ ବାଲାଙ୍କ ଘରେ ମଧ୍ୟ ଯାଞ୍ଚ ହୋଇଛି । ଗୁପ୍‌ଚୁପ୍‌ ଏବଂ ତେନ୍ତୁଳି ଖଟାର ନମୁନା ସଂଗ୍ରହ କରାଯାଇ ରାଜ୍ୟ ଖାଦ୍ୟ ପରୀକ୍ଷାଗାରକୁ ପଠାଯାଇଛି । ପୋଡା ତେଲକୁ ଜବତ କରାଯାଇ ନଷ୍ଟ କରାଯିବା ସହିତ ୫୦୦ ଟଙ୍କା ଜୋରିମାନା କରାଯାଇଛି । ଯାଞ୍ଚ ରିପୋର୍ଟ ଆସିଲା ପରେ ଖାଦ୍ୟ ନିରାପତ୍ତା ନିୟମ ଅନୁସାରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଖାଦ୍ୟ ନିରାପତ୍ତା ବିଭାଗର ଅଧିକାରୀ କହିଛନ୍ତି ।
ଏହି ଚଢାଉରେ ବଣାଇ ଫୁଡ୍ ସେଫ୍ଟି ଅଫିସର ପ୍ରତାପ ରୁଦ୍ର ମଣ୍ଡଳଙ୍କ ନେତୃତ୍ୱରେ ସୁନ୍ଦରଗଡ ଫୁଡ୍ ସିଫ୍ଟି ଅଧିକାରୀ ମୋନାଲି ମଧୁସ୍ମିତା ବେହେରା, ରାଜଗାଙ୍ଗପୁର ଫୁଡ୍ ସେଫ୍ଟି ଅଫିସର କୁନ୍ଦନ ଲୁହାରଙ୍କ ସହିତ ସୁନ୍ଦରଗଡ଼ ଜିଲ୍ଲା ଫୁଡ୍ ସେପ୍ଟି ଡିପାର୍ଟମେଣ୍ଟର ଏକ ଟିମ୍ ଅଂଶ ଗ୍ରହଣ କରିଥିଲେ ।

jittmm
Leave A Reply

Your email address will not be published.