ଝିଅଙ୍କ କପାଳରେ ଛୁଞ୍ଚି ପୁରାଇ ଦେଇଛି ଗୁଣିଆଁ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ଆଜି ସାମ୍ନାକୁ ଆସିଛି ଏକ ବିଚିତ୍ର ଘଟଣା । ବଲାଙ୍ଗିରରେ ପୁଣି ଅନ୍ଧବିଶ୍ୱାସର କୁପରିଣତି ସାମ୍ନାକୁ ଆସିୁଛି । ସୁସ୍ଥ ହେବାକୁ ଗୁଣିଆଁ ପାଖକୁ ଯାଇ ଜଣେ ଯୁବତୀ ଗୁରୁତର ହୋଇପଡ଼ିଛନ୍ତି । ୧୯ ବର୍ଷିଆ ଜଣେ ଝିଅଙ୍କ କପାଳରେ ଛୁଞ୍ଚି ପୁରାଇ ଦେଇଛି ଗୁଣିଆଁ ବୋଲି କୁହାଯାଉଛି । ଦେହ ଅସୁସ୍ଥ ହେବା ପରେ ଏବେ ବଲାଙ୍ଗିର ଭୀମଭୋଇ ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି ଯୁବତୀ । ୮ଟି ଛୁଞ୍ଚି ବାହାର କରିବା ପରେ ଏବେ ବି କପାଳରେ ୨୨ଟି ଛୁଞ୍ଚି ରହିଥିବା ଜଣାପଡ଼ିଛି । ଗୁଣିଆଁ ବିରୋଧରେ କଣ୍ଟାବାଞ୍ଜି ଥାନାରେ ଏତଲା ପରେ ଗୁଣିଆକୁ ଗିରଫ କରାଯାଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, କଣ୍ଟାବାଞ୍ଜି ଇଚ୍‌ଗାଁର ବିଷ୍ଣୁ ପ୍ରସାଦ ବେହେରାଙ୍କ ସାନ ଝିଅ ରେସ୍ମା ବେହେରା । ଗତ ୨୦୨୨ରେ ବିଷ୍ଣୁଙ୍କ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିଲା । ସେବେଠାରୁ ଝିଅ ଭୟଭୀତ ହେଉଥିବା ବେଳେ ବେହୋସ୍‌ ହୋଇପଡୁଥିଲା । ଏନେଇ କଣ୍ଟାବାଞ୍ଜି ଡାକ୍ତରଖାନାରେ ଚିକିତ୍ସା କରାଇଥିଲେ ବାପା । ହେଲେ କୌଣସି ଅସୁବିଧା ନଥିବା ସହ ଝିଅ ଭଲ ଥିବା କହିଥିଲେ ଡାକ୍ତର । କିନ୍ତୁ ପରେ ପୁଣି ସେଭଳି ଅସୁବିଧା ଦେଖିବାକୁ ମିଳିଥିଲା । ଏନେଇ କଣ୍ଟାବାଞ୍ଜି ଜାମୁଟଝୁଲା ଗାଁର ଗୁଣିଆିଁ ତେଜରାଜ ରଣାଙ୍କ ପାଖକୁ ଝଡାଫୁଙ୍କା କରିବାକୁ ଝିଅକୁ ନେଇଥିଲେ ବାପା । ସେଠାରେ ଝିଅ ଠିକ୍‌ ହୋଇଯିବ କହିଥିଲା ଗୁଣିଆଁ ଓ ଗାଈଗୋରୁଙ୍କୁ ଇନ୍‌ଜେକ୍ସନ୍‌ ଦିଆଯାଉଥିବା ନିଡିଲ୍‌ ଆଣିଥିଲେ । ଝିଅଙ୍କ ବାପା ଏହା କଣ କରିବେ ବୋଲି କହିବାରୁ ମୁଣ୍ଡରେ ଥିବା ପ୍ରେତକୁ କାଢିବା ପାଇଁ ଏହା ବ୍ୟବହାର ହେବ ବୋଲି କହିଥିଲେ ଗୁଣିଆଁ । ଝିଅକୁ ଗୁଣିଆଁ ଓ ତାଙ୍କ ସ୍ତ୍ରୀ ସହ ନେଇ ଗୋଟିଏ କୋଠରୀରେ କିଛି ପୂଜା କରିଥିଲେ । ପୂଜା ପରେ ଝିଅ ସୁସ୍ଥ ହେବାରୁ ଘରକୁ ନେଇ ଯାଇଥିଲେ ପରିବାର ଲୋକେ । ହେଲେ କିଛି ଦିନ ପରେ ପୁଣି ସମାନ ସମସ୍ୟା ଦେଖାଯିବା ସହ ଝିଅର ହାତ କଟି ରକ୍ତ ବାହାରିବାରେ ଲାଗିଲା । ଏନେଇ ଗୁଣିଆ ନିକଟକୁ ଯାଇ ଅଭିଯୋଗ କରିଥିଲେ ପରିବାର । ତେବେ ଗୁଣିଆ ବିରୋଧରେ ଥାନାରେ ଅଭିଯୋଗ ପରେ ସମସ୍ତ ଘଟଣା ସାମ୍ନାକୁ ଆସିଥିଲା । ଗୁଣିଆ ଝିଅର ମୁଣ୍ଡରେ ଛୁଞ୍ଚି ପୂରାଇଥିବା ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.