ଆଜି ମହାପ୍ରଭୁଙ୍କ ଗୁଆଲି ଯାତ୍ରା

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଆଜି ମହାପ୍ରଭୁଙ୍କ ଗୁଆଲି ଯାତ୍ରା ଅବସରରେ ସନ୍ଧ୍ୟାରେ ଏକ ବର୍ଣ୍ଣାଢ୍ୟ ପଟୁଆରରେ ଦେବଦମ୍ପତି ନଗର ପରିକ୍ରମା କରିବେ । ଶନିବାର ରୁକ୍ମିଣୀରୂପୀ ମା’ ଲକ୍ଷ୍ମୀ ଠାକୁରାଣୀଙ୍କ ସହିତ ଶ୍ରୀକୃଷ୍ଣରୂପୀ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନଙ୍କ ବିବାହ ଅନୁଷ୍ଠିତ ହୋଇଥିଲା । ବିଧି ମୁତାବକ ଗୁଆଲି ଯାତ୍ରା ହେବ । ମଧ୍ୟାହ୍ନ ଧୂପ ପରେ ଦେବଦମ୍ପତିଙ୍କୁ ବନ୍ଦାପନା କରାଯିବ । ପରେ ବରକନ୍ୟା ଆଜ୍ଞାମାଳ ପାଇ ଝୁଲଣ ମଣ୍ଡପ ତଳେ ଥିବା ପାଲିଙ୍କିରେ ବିଜେ ହେବେ । ବିମାନବଡ଼ୁ ସେବକମାନେ ପାଲିଙ୍କି କାନ୍ଧେଇ ଶ୍ରୀମନ୍ଦିର ପରିକ୍ରମା କରି ବଡ଼ଦେଉଳରୁ ବାହାରି ଶ୍ରୀନଅରରେ ବିଜେ ହୋଇ ବାଲିସାହି ଦେଇ ଶ୍ରୀଜମ୍ବେଶ୍ୱରଙ୍କ ମନ୍ଦିର ହୋଇ ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରିବେ ।

Leave A Reply

Your email address will not be published.