ବିଷାକ୍ତ ସାପ ଦଂଶନରୁ ମୁକ୍ତ ପାଇଁ ଛତ୍ରପୁର ବ୍ଲକର ଗ୍ରାମୀଣ କୃଷି ସର୍ଭେକାରୀଙ୍କୁ ନିରାପଦ ଯୋତା ବିତରଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଷାକ୍ତ ସାପ ତଥା ସରୀସୃପ ପ୍ରାଣୀର ଦଂଶନରୁ ମୁକ୍ତ ପାଇଁ ଛତ୍ରପୁର ବ୍ଲକର ଗ୍ରାମୀଣ କୃଷି ସର୍ଭେକାରୀ ନିରାପଦ ଯୋତା ବିତରଣ କରାଯାଇଛି । ଯାହା ଗଞ୍ଜାମ ଜିଲ୍ଲାର ସମସ୍ତ ଗ୍ରାମ ପଞ୍ଚାୟତସ୍ତରରେ ନିୟୋଜିତ ଉଦ୍ଭୟ ପୁରୁଷ ଓ ମହିଳାଙ୍କୁ ନିରାପଦ ଯୋତା ବିତରଣ କରାଯାଉଛି । ଏହା ପୁଣି ଜିଲ୍ଲାର ଛତ୍ରପୁର ବ୍ଳକର କୃଷି ବିଭାଗର ସମସ୍ତ ସ୍ଥାୟୀ କର୍ମଚାରୀ ଓ ଅଫିସରମାନଙ୍କ ଚାନ୍ଦା ଆଦାୟ କରି ଏହି ଉପକରଣ ବଜାରରେ କିଣି ଅଣାଯାଇ ଗ୍ରାମୀଣ କୃଷି ସର୍ଭେକାରୀଙ୍କୁ ବିତରଣ କରାଯାଇଥିବା କୁହାଯାଏ । ପ୍ରକାଶ ଥାଉକି, ପାଣି କାଦୁଅ ଭିତରେ ଯାଇ ସର୍ଭେ କରିଲା ବେଳେ ସାପ, କଙ୍କଡା ବିଛା ଇତ୍ୟାଦି ବିଷାକ୍ତ ସରୀସୃପ ଦ୍ୱାରା ଗୁରୁତର ହୋଇ ଜୀବନ ହାନୀ ଘଟି ଯିବା ଆଶଙ୍କା ଥିବାରୁ ଏହି ସମ୍ଭାବନାକୁ ଏଡାଇ ଦିଆଯାଇପାରିବନି । ସୂଚନା ଯୋଗ୍ୟ ଯେ, ଓଡିଶା ସରକାରଙ୍କ ତରଫରୁ ଅଗଷ୍ଟ ୧୬ ତାରିଖରୁ ଡିଜିଟାଲ ଫସଲ ସର୍ଭେ କାର୍ଯ୍ୟକ୍ରମ ସବୁ ଜିଲ୍ଲାରେ ଚାଲିଛି ଏବଂ ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକର ସମସ୍ତ ଗ୍ରାମ ପଂଚାୟତସ୍ତରରେ ମହିଳା ଓ ପୁରୁଷ ଉଭୟ ସର୍ଭେୟରମାନେ ମୋବାଇଲ ମାଧ୍ୟମରେ ସର୍ଭେ କରୁଛନ୍ତି, ସେମାନେ ପ୍ରତି ପ୍ଲଟ ପିଛା ସର୍ଭେ କରିବା ପାଇଁ ୫ ରୁ ୧୦ ଟଙ୍କା ପର୍ଯ୍ୟନ୍ତ ପାଇବା ପାଇଁ ନିର୍ଦ୍ଧାରଣ କରାଯାଇଛି । ତେଣୁ ଜୀବନର ମୂଲ୍ୟକୁ ହୃଦୟଙ୍ଗମ କରି ଓଡିଶାର ପ୍ରଥମ ବ୍ଲକ ଭାବେ ଛତ୍ରପୁର କୃଷି ବିଭାଗର ସମସ୍ତ କର୍ମଚାରୀଙ୍କ ତରଫରୁ ନିଜସ୍ୱ ପ୍ରୟାସରେ ସର୍ବେକ୍ଷଣକାରୀ ମାନଙ୍କୁ ସରୀସୃପର ଆଘାତରୁ ରକ୍ଷା କରିବା ପାଇଁ ଗମ ଯୋତା ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ରବି ନାରାୟଣ ପଣ୍ଡା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶାନ୍ତ କୁମାର ବରାଳ, ତହସିଲଦାର ଶ୍ରୀମତୀ ଦିବ୍ୟା ମହାନ୍ତି, କୃଷି ଜିଲ୍ଲା ଅଧିକାରୀ, ଛତ୍ରପୁର କୁଳମଣି ବାରିକ, ଡ଼ି.ପି.ଡ଼ି ଅଜିତ ମହାପାତ୍ର, ଗୋଷ୍ଠୀ କୃଷି ଅଧିକାରୀ ଚୌଧୁରୀ ସନମାର୍ଗ କର, ସହକାରୀ କୃଷି ଅଧିକାରୀ ନିରୁ ନିକୁଞ୍ଜ ବିହାରୀ ନାୟକ, କୃଷି ଅଧିଦର୍ଶକ ଦୁର୍ଗା ପ୍ରସାଦ ପ୍ରଧାନ, ଶ୍ରୀମତୀ ନୁନୁ ସେଠି, ବି.ଟି.ଏମ. ସ୍ମୃତି ସ୍ମରଣିକା ସାହୁ, ଗ୍ରାମ୍ୟ କୃଷି କର୍ମଚାରୀ ବୈରାଗୀ ସ୍ୱାଇଁ, ମୌସୁମୀ ବେହେରା, ନିହାରିକା ପଣ୍ଡା, ରୋଜାଲିନ ପାତ୍ର, ଏ.ଟି.ଏମ ଗୋପୀନାଥ ଦାସ ଓ ସୋନାଲି ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଏଭଳି ମହତ ପଦକ୍ଷେପକୁ ବୁଦ୍ଧିଜୀବୀମାନେ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.