ବେଲପଡ଼ାରେ ଲୋକ ଉନ୍ନତି ସଂଗଠନ ପକ୍ଷରୁ କୃଷି କାନ୍ତି ପାଇଁ ସ୍ୱତନ୍ତ୍ର ଗ୍ରାମସଭା

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବେଲପଡା ଗ୍ରାମରେ ଥିବା ମେହେର ଧର୍ମଶାଳାଠାରେ ବଙ୍ଗୋମୁଣ୍ଡା ବ୍ଲକ ଲୋକ ଉନ୍ନତି ସଂଗଠନ ପକ୍ଷରୁ କୃଷି କ୍ରାନ୍ତି ପାଇଁ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଙ୍ଗୋମୁଣ୍ଡା ବ୍ଲକ ସଂଯୋଜକ ଅନଙ୍ଗପ୍ରଭା ଭୋଇଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ବେଲପଡା ପଂଚାୟତର ସରପଂଚ ଖରତ ବାଗ ଯୋଗ ଦେଇଥିଲେ । ଦ୍ୱିତୀୟ ଫସଲଓ କୃଷି କ୍ରାନ୍ତି ଅଭିଯାନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ, କୃଷି ପାଇଁ ଜଳ ସେଚନ, କୃଷକ ପୋର୍ଟାଲ ପଞ୍ଜିକରଣ ଉପରେ ଆଲୋଚନା କରାଯାଇଥିଲା । କୃଷି ଓ କୃଷକମାନଙ୍କ ସମସ୍ୟାର ସମାଧାନ ନିମନ୍ତେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ କୃଷି କ୍ରାନ୍ତି ନାମରେ ଯେଉଁ ଅଭିଯାନ ଆରମ୍ଭ କରାଯାଇଛି ସେଥିପାଇଁ ସେମାନେ ଧନ୍ୟବାଦର ପାତ୍ର । ଏହି ଅଭିଯାନର ଲକ୍ଷ ହେଉଛି ଚାଷ ଜମିରେ ଧାନ ପରେ ଦ୍ୱିତୀୟ ଫସଲ ଭାବରେ ଡାଲି ଓ ତୈଳବୀଜ ଜାତୀୟ ଫସଲ ଅମଳ, ଜଳ ସେଚନ ବ୍ୟବସ୍ଥା ଓ କୃଷକ ପୋର୍ଟାଲରେ ନାମ ପଞ୍ଜିକରଣ । ଚାଷୀମାନେ ଧାନ ଅମଳ ପରେ ଜମି ପଡିଆ ନ ରଖି ଦ୍ୱିତୀୟ ଫସଲ ଭାବରେ ମୁଗ, କୋଳଥ, ରାଶି, ସୋରିଷ, ବୁଟ ଚଣା ଇତ୍ୟାଦି ଚାଷ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଏହି ଆଗ୍ରହକୁ ଆଜିର ଗ୍ରାମସଭା ସମର୍ଥନ କରୁଛି । ସମସ୍ତ ଚାଷୀମାନଙ୍କ ସୁବିଧା ନିମନ୍ତେ ଚାଷ କାର୍ଯ୍ୟ ପାଇଁ ଜଳସେଚନ ସୁବିଧା ପାଇଁ ବୋରୱେଲ, ପୋଖରୀ, କୂଅ, ଚେକଡ୍ୟାମ୍‌, କେନାଲ ଆଦି ଭିତ୍ତିଭୂମି ନିର୍ମାଣ କରିବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯିବା ପାଇଁ ସର୍ବ ସମ୍ମତିକ୍ରମେ ଗୃହୀତ କରାଯାଇଛି । ଏହି ଗ୍ରାମସଭାରେ ଗ୍ରାମ ରୋଜଗାର ସେବକ ଚୁଲେଶ୍ୱର ପୁଟେଲ, ଏମ୍‌ବିକେ ଅମ୍ବିକା ସେଲମା, ଭିଆର୍‌ପି ସରୋଜିନୀ ପୁଟେଲ, ଜିଓଟେଗ ଘାସିରାମ ଭୋଇଙ୍କ ସମେତ ଅଂଚଳର ବହୁ ଚାଷୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.