ଗଞ୍ଜାମ ଏସ୍‌.ପି. ଭାବେ ଶୁଭେନ୍ଦୁ କୁମାର ପାତ୍ରଙ୍କ ଦାୟିତ୍ୱ ଗ୍ରହଣ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ପୋଲିସ ଜିଲ୍ଲା ଆରକ୍ଷୀ ଅଧିକ୍ଷକ (ଏସ୍‌ପି )ଭାବେ ଶୁଭେନ୍ଦୁ କୁମାର ପାତ୍ର ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତ । ଏହି ସ୍ଥାନରେ ଅବସ୍ଥାପିତ ଥିବା ଏସ୍‌ପି ଜଗମୋହନ ମୀନାଙ୍କୁ କଟକ ଡିସିପି ଭାବେ ଇତି ମଧ୍ୟରେ ବଦଳି ହୋଇଯାଇଛି । ୨୦୧୯ ବ୍ୟାଚ୍‌ର ଆଇ.ପି.ଏସ୍‌. ଅଫିସର ଶୁଭେନ୍ଦୁ କୁମାର ପାତ୍ର ଏଥି ପୂର୍ବରୁ କନ୍ଧମାଳ ଏସ୍‌ପି ଭାବେ କାର୍ଯ୍ୟ କରୁଥିଲେ । ସଂପ୍ରତି ଗଞ୍ଜାମ ଜିଲ୍ଲାରେ ତାଙ୍କୁ କାର୍ଯ୍ୟ କରିବାକୁ ସୁଯୋଗ ଦେଇଥିବାରୁ ସେ ରାଜ୍ୟ ସରକାର ଓ ଓଡ଼ିଶା ପୋଲିସ ବିଭାଗକୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଗଣମାଧ୍ୟମକୁ କହିଛନ୍ତି, ଯେ’ ଅପରାଧ ନିୟନ୍ତ୍ରଣ ଓ ପଦକ୍ଷେପ, ଆଇନଶୃଙ୍ଖଳା ବଜାୟ ରଖିବା ମୁଖ୍ୟତଃ ପୋଲିସର ଫୋକସ୍‌ ରହିବ ବୋଲି ଏସ୍‌ପି ଶ୍ରୀ ପାତ୍ର ଗଣମାଧ୍ୟମକୁ କହିଛନ୍ତି । ଏବେ ଗଞ୍ଜାମରେ ପାର୍ବଣ ଋତୁ ଚାଲିଛି ଏବଂ ସେ ଦିଗରେ ପୋଲିସ କାମ କରିବ କିଭଳି ଜିଲ୍ଲାରେ ଆଇନ ଶୃଙ୍ଖଳା ବଜାୟ ରହିବା ସହ ପୂଜା ସୁରୁଖୁରୁରେ ସମାପନ ହେବ ସେ ନେଇ ଗଞ୍ଜାମ ପୋଲିସ ପାଇଁ ଚ୍ୟାଲେଞ୍ଜ ରହିବ ଏବଂ ଆମେ ଆଶା କରୁଛୁ ସେଥିରେ ସଫଳତା ମିଳିବ । ଗଞ୍ଜାମ ଜିଲ୍ଲାର ପୋଲିସ ଅଫିସରମାନଙ୍କୁ ନେଇ ତଥ୍ୟ ସଂଗ୍ରହ କରି ଜିଲ୍ଲା ପାଇଁ ଏକ ଷ୍ଟ୍ରେଟେଜି କରାଯିବ ଏବଂ ଯାହାକି ଜିଲ୍ଲାର ହିତ ପାଇଁ କାମ କରିବୁ ବୋଲି ଏସ୍‌ପି କହିଛନ୍ତି ।

Leave A Reply

Your email address will not be published.