୪୬୦ତମ ଆତ୍ମ ଗୌରବ ଦିବସ ପାଳିତ

ବଡ଼ମାଳ, (କେପିଏନ୍‌ଏସ୍‌) : ବଡ଼ମାଳ ଗୋଳବାରୁଦ କାରଖାନାଠାରେ ରାଣୀ ଦୁର୍ଗାବତୀ ମହିଳା ମଣ୍ଡଳ ଦ୍ୱାରା ଗୋଣ୍ଡୱାନା ରାଣୀ ଦୁର୍ଗାବତୀଙ୍କ ୪୬୦ତମ ଆତ୍ମ ଗୌରବ ଦିବସ ଇତି ମଧ୍ୟରେ ପାଳିତ ହୋଇଯାଇଛି । ମହିଳା ମଣ୍ଡଳର ସଭାପତି ଶ୍ରୀମତୀ ବୀଣାପାଣି ନେଟିଙ୍କ ସଭାପତିତ୍ୱରେ ପ୍ରଥମେ ରାଣୀ ଦୁର୍ଗାବତୀଙ୍କୁ ମାଲ୍ୟାର୍ପଣ କରି ତାଙ୍କ ସଂକ୍ଷିପ୍ତ ବକ୍ତବ୍ୟରେ ସମାଜକୁ ଏକ ସୁନ୍ଦର ଦିଗଦର୍ଶନ ଦେବା ସହିତ ସମାଜରେ ନାରୀର ଭୂମିକାକୁ ପ୍ରମୁଖ ସ୍ଥାନ ଦେଲେ ସମାଜ ଆଗକୁ ବଢ଼ିପାରିବ ବୋଲି କହିଥିଲେ । ଦୁର୍ଗାବତୀ ମହିଳା ମଣ୍ଡଳର ସମ୍ପାଦିକା ଶ୍ରୀମତୀ ମୁଖୀ ଧରୁଆ ସଭାକୁ ପରିଚାଳନା କରି ନାରୀ ଶିକ୍ଷା ବିନା ପରିବାର ଶ୍ରୀମୁଖ ହୀନ, ତେଣୁ ନାରୀଶିକ୍ଷା ନିହାତି ଜରୁରୀ, ନଚେତ ଠିକ୍‌ ରୂପେ ଘର ଚଳି ପାରିବ ନାହିଁ ବୋଲି ବକ୍ତବ୍ୟ ରଖିଥିଲେ । ଗୋଣ୍ଡ ସମାଜର ବହୁତ ସଭ୍ୟ ଯୋଗ ଦେଇଥିଲେ । ଶ୍ରୀମତୀ ଶୁଭଶ୍ରୀ ଭୋଇ, ଗୀତାଞ୍ଜଳୀ କୁମୁରା, ଶୁଭ୍ରକେଶୀ କୁମୁରା, ତିଲୋତ୍ତମା ନାଏକ, ଟିକେଶ୍ୱରୀ ନାଏକ, କଲ୍ୟାଣୀ ନାଏକ, ଶୈଳବାଳା ନାଏକ ଓ ବବିତା ଧରୁଆ ପ୍ରମୁଖ ସାମିଲ ହୋଇଥିଲେ । ଶେଷରେ ସଙ୍ଘର କୋଷାଧ୍ୟକ୍ଷ ଶ୍ରୀମତୀ ଦଶମୀ ମାଝୀ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।

jittmm
Leave A Reply

Your email address will not be published.