ପୁରୀ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ନିକଟସ୍ଥ ନୂଆ ସୋମେଶ୍ୱରପୁର ଗ୍ରାମର ଗୋପୀନାଥ ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ମନ୍ଦିର ମୁଖ୍ୟ ଦ୍ୱାରା ତାଲା ଭାଙ୍ଗି ଦୁର୍ବୃତ୍ତ ସିଂହାସନରେ ପୂଜା ପାଉଥିବା ଜୟଦୁର୍ଗା, ରାଧାକୃଷ୍ଣ, ପାର୍ବତୀ, ଚନ୍ଦ୍ରଶେଖର ଓ ଅନ୍ୟ ସମସ୍ତ ଛୋଟ ଛୋଟ ଅଷ୍ଟଧାତୁ ମୂର୍ତ୍ତି ସହିତ ବଡ଼ ପିତଳ ପ୍ରଭା ନେଇଯାଇଥିବା ଅଭିଯୋଗ ହୋଇଛି । ପୂଜକ ମୃତ୍ୟୁଞ୍ଜୟ ପଣ୍ଡା ସକାଳୁ ମନ୍ଦିର ଖୋଲିବାକୁ ଆସି ଚୋରି ହୋଇଥିବା ଜାଣିବା ପରେ ଗ୍ରାମବାସୀଙ୍କୁ ଜଣାଇଥିଲେ । ଗ୍ରାମ ସଭାପତିଙ୍କ ଅଭିଯୋଗ କ୍ରମେ ସତ୍ୟବାଦୀ ପୋଲିସ କେସ୍ ନଂ. ୫୬/୨୨ରେ ଏକ ମାମଲା ରୁଜ୍ଜୁ କରି ସାଇଣ୍ଟିଫିକ୍ ଟିମ୍ ସହ ତଦନ୍ତ ଚଳାଇଥିବା ଜଣାପଡ଼ିଛି ।
Prev Post