jayashree

ବାଣ ନ ଫୁଟାଇବାକୁ କହି ଗୋଲାପ ବାଣ୍ଟିଲେ ଗୋ ଗ୍ରୀନ୍‌ ନର୍ସରିର ସଦସ୍ୟ

ଭଞ୍ଜନଗର : ଦୀପାବଳୀ ଅବସରରେ ଅନେକ ଲୋକ ବାଣ ଫୁଟାଇ ପରିବେଶ ପ୍ରଦୂଷଣ କରୁଛନ୍ତି । ଏହାଦ୍ୱାରା ଅନେକ ପ୍ରଦୂଷଣ ଜନିତ ସମସ୍ୟା ହେଉଛି । ତେବେ ବାଣର ଅପକାରିତା ଉପରେ ରବିବାର ଭଞ୍ଜନଗର ନିକଟସ୍ଥ ଭାଲିଆ ଖାଇଠାରେ ଥିବା ଗୋ ଗ୍ରୀନ୍‌ ନର୍ସରି ପକ୍ଷରୁ ଭଞ୍ଜନଗର ବ୍ରହ୍ମପୁର ମୁଖ୍ୟ ରାସ୍ତାରେ ଯାଉଥିବା ଲୋକଙ୍କୁ ସଚେତନ କରାଯାଇଥିଲା । ଏଥିସହ ରାସ୍ତାରେ ଯାଉଥିବା ଲୋକଙ୍କୁ ଶତାଧିକ ଗୋଲାପ ଫୁଲ ପ୍ରଦାନ କରାଯାଇଥିଲା । ଗୋ ଗ୍ରୀନ୍‌ ପକ୍ଷରୁ ଏହିଭଳି କାର୍ଯ୍ୟକ୍ରମକୁ ଲୋକେ ପ୍ରଶଂସା କରିଛନ୍ତି । ସ୍ନିଗ୍ଧା ବିଶ୍ୱାଳ, ଲକ୍ଷ୍ମୀ ଡାକୁଆ, ଚିନୁ ବେହେରା, ଗୋପାଳ ନାୟକ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.