ପୂର୍ବତନ ବଲାଙ୍ଗିର ଜେଲର ଗୋଲକ ବିହାରୀ ମହାନ୍ତିଙ୍କ ଦେହାନ୍ତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜେଲର ପୂର୍ବତନ ଜେଲର ଗୋଲକ ବିହାରୀ ମହାନ୍ତିଙ୍କ ଦେହାନ୍ତ ଘଟିଯାଇଛି । କିଛି ଦିନ ହେବ ସେ ବାର୍ଦ୍ଧକ୍ୟଜନୀତ ରୋଗ ଦେଇ ଗତି କରୁଥିବା ବେଳେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଗତ ସୋମବାର ରାତିରେ ୭୩ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି । ତାଙ୍କ ଶେଷ ସମୟରେ ସ୍ତ୍ରୀ, ପୁଅ ଓ ପରିବାର ବର୍ଗ ଉପସ୍ଥିତ ଥିଲେ । ସ୍ୱର୍ଗତ ଶ୍ରୀ ମହାନ୍ତି ଚାକିରି କାଳରେ ତାଙ୍କର ନିଷ୍ଠା ଓ ସାଧୁତା ପାଇଁ ଥରେ ରାଷ୍ଟ୍ରପତି ପୁରସ୍କାର ପାଇଥିବା ବେଳେ ଅନେକ ରାଜ୍ୟସ୍ତରୀୟ ସମ୍ମାନର ଅଧିକାରୀ ହୋଇପାରିଥିଲେ । ଚାକିରି ପରେ ପୈତୃକ ଘର ଦଶପଲ୍ଲା ଫେରି ସେଠାରେ ସମାଜର ଉନ୍ନତି ମୂଳକ କାର୍ଯ୍ୟରେ ଲିପ୍ତ ଥିଲେ । ତାଙ୍କର ବିୟୋଗ ଖବର ପାଇ ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ଭୁବନେଶ୍ୱର ଯାଇ ଶେଷ ଦର୍ଶନ କରିଥିଲେ । ବଡ ପୁଅ ପ୍ରଗନିତ ମହାନ୍ତି ମୁଖାଗ୍ନି ଦେଇଥିଲେ ।

Leave A Reply

Your email address will not be published.

error: Content is protected !!