ଗଞ୍ଜେଇ ଚାଲାଣରେ ୨ ଗିରଫ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ଖଣ୍ଡିଝରଣଠାରେ ଗଞ୍ଜେଇ ଚାଲାଣ କରୁଥିବା ଦୁଇ ଜଣ ବ୍ୟକ୍ତିକୁ ଗିରଫ କରି ପାଇକମାଲ ପୋଲିସ କୋର୍ଟ ଚାଲାଣ କରିଛି । ସୂଚନାଯୋଗ୍ୟ, ବୁଧବାର ପାଇକମାଳ ପୋଲିସ ଖଣ୍ଡିଝରଣ ନିକଟରେ ଯାଇଥିବା ବିଜୁ ଏକ୍ସପ୍ରେସ ୱେ ଚେକିଂ କରୁଥିବା ସମୟରେ ଗଞ୍ଜେଇ ଚାଲାଣ କରୁଥିବା ଦୁଇ ଜଣ ବ୍ୟକ୍ତିକୁ ଗିରଫ କରିଛି । ସେମାନେ ହେଲେ ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା କୁଟେନପାଲି ଗାଁର ବିଦୁଭୂଷଣ ବାଗ(୨୮) ଓ କୁଟେନପାଲି ଗାଁର କ୍ଷମାସାଗର ଛତ୍ରିଆ (୨୪) ଗିରଫ କରିଛି । ଏନେଇ ସେମାନଙ୍କ ନାମରେ କେସ ନଂ ୧୬୧/୨୫,ୟୁ/ଏସ-୨୦(ବି)(ଆଇଆଇ)(ବି)ଏନଡିପିଏସ ଏକ୍ଟ ୧୯୮୫ ମାମଲାରେ ରୁଜୁ ହୋଇଛି । ତାଙ୍କଠାରୁ ୧୧ କେଜି ୩୭୦ ଗ୍ରାମ ଗଞ୍ଜେଇ, ଗୋଟିଏ ହିରୋ ଗ୍ଲେମର (ଓଡି୧୭ଏମ୦୦୮୯), ଗୋଟିଏ ମୋବାଇଲ, ନଗଦ ୧୨୦ ଟଙ୍କା ଓ ଗୋଟିଏ ବ୍ୟାଗ ଜବତ କରିଛି । ଗିରଫ ୨ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ପାଇକମାଲ ଥାନା ଆଇଆଇସି କୈଳାସ ଚନ୍ଦ୍ର ପ୍ରଧାନ କହିଛନ୍ତି ।

jittmm
Leave A Reply

Your email address will not be published.