
ଜିଲ୍ଲା ବସ୍ ଟର୍ମିନାଲ ସମ୍ମୁଖରେ ୩ ଜଣଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ କଲା ବଲାଙ୍ଗିର ପୋଲିସ

ବଲାଙ୍ଗିର, (କେପିଏନ୍ଏସ୍) : ଜିଲ୍ଲା ବସ୍ ଟର୍ମିନାଲ ସମ୍ମୁଖରେ ୩ ଜଣଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ୨ ଅଭିଯୁକ୍ତଙ୍କୁ ଆଜି ବଲାଙ୍ଗିର ପୋଲିସ ଗିରଫ କରିଥିବା ସୂଚନା ମିଳିଛି । ଗିରଫ ଅଭିଯୁକ୍ତମାନେ ହେଲେ ରାଜ ଓ କାହ୍ନା । ତେବେ ଏହି ଘଟଣା ଘଟିବା ଦିନଠୁ ବଲାଙ୍ଗିର ପୋଲିସ ଜିଲ୍ଲା ବସ୍ ଟର୍ମିନାଲ ଅଂଚଳରେ ପେଟ୍ରୋଲିଂ କଡା କରାଯାଇଥିବା ସୂଚନା ମିଳିଛି ।