ବାଇକ ଚୋରି ମାମଲାରେ ୩ ଅଭିଯୁକ୍ତ ଗିରଫ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବାଇକ ଚୋରି ମାମଲାରେ ସମ୍ପୃକ୍ତ ୩ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ସେମାନେ ହେଲେ ବିମଳ ପ୍ରଧାନ, ମହେନ୍ଦ୍ର ପ୍ରଧାନ, ଅନିଲ ସେଠ, ଅନ୍ୟକିଛି ଅଭିଯୁକ୍ତ ଫେରାର ଅଛନ୍ତି । ଏସ୍‌ଡିପିଓ ତୋଫାନ ବାଗଙ୍କ ସୂଚନା ଅନୁସାରେ କିଛି ଦିନ ତଳେ ଅନିଲକୁ ପ୍ରଥମେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ଆଉ ଗତକାଲି ସେହି ଚୋର ଗ୍ୟାଙ୍ଗର ବିମଳ ଓ ମହେନ୍ଦ୍ରଙ୍କୁ ଗିରଫ କରାଯାଇଥିଲା । ସେମାନଙ୍କ ପାଖରୁ ୬ଟି ବାଇକ ସହ ତିନୋଟି ସ୍କୁଟି ଉଦ୍ଧାର କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.