ବାଘଛାଲ ବିକ୍ରିକରିବା ଅଭିଯୋଗରେ ଜଣେ ଗିରଫ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବନାଞ୍ଚଳ ଅଧୀନରେ ଥିବା ଚକାପାଦ ବ୍ଲକ୍ ବ୍ରାହ୍ମଣପାଦ ପଞ୍ଚାୟତ ରିଙ୍ଗିବାଡ଼ି ଗ୍ରାମ ନିକଟରେ ବନ ବିଭାଗ ଚଢ଼ାଉ କରି ଏକ କଲରାପତରିଆ ବାଘଛାଲ ଜବତ କରିଛି । ବାଘଛାଲର ଲମ୍ବ ୧୬୮ ସେଣ୍ଟିମିଟର ହୋଇଥିବା ବେଳେ ଏହାକୁ ବିକ୍ରିକରିବା ଅଭିଯୋଗରେ ଅଭିଯୁକ୍ତ ପଙ୍କଜ କହଁରକୁ ବନ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛି । ପଙ୍କଜ ଉକ୍ତ ବାଘଛାଲକୁ ବିକ୍ରି କରିବାକୁ ଆଣୁଥିବା ବେଳେ ଟିକାବାଲି ବନ କର୍ମଚାରୀ କୌଣସି ସୂତ୍ରରୁ ଖବର ପାଇ ଚଢ଼ାଉ କରି ଏହାକୁ ଜବତ କରିଥିଲେ । ଏନେଇ ବନ୍ୟପ୍ରାଣୀ ସଂରକ୍ଷଣ ଆଇନ୍ ପ୍ରକାରେ ଏକ ମାମଲା ରୁଜୁ ହେବା ସହ ଏହି ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି, ସେ ନେଇ ତଦନ୍ତ ଅବ୍ୟାହତ ଥିବା ବିଷୟ ବନାଞ୍ଚଳ ଅଧିକାରୀ ରଶ୍ମି ରଂଜନ ସ୍ୱାଇଁ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.