ଉଲୁଣ୍ଡା, (କେପିଏନ୍ଏସ୍) : ଏକ ଘରୋଇ ବସରେ ଗଞ୍ଜେଇ ଧରି ଯାଉଥିବା ଜଣେ ଯୁବକଙ୍କୁ ଉଦେପଦର୍ ପେଟ୍ରୋଲ ପମ୍ପ ଛକରୁ ଗିରଫ କରିଛି ଉଲୁଣ୍ଡା ପୁଲିସ । ଗିରଫ ଅଭିଯୁକ୍ତ ଜଣକ ମଧ୍ୟପ୍ରଦେଶର ରାଜ କୁମାର ଅହିୱର୍ । ସୂଚନା ଅନୁସାରେ ସୋନପୁର ପଟରୁ ଏକ ଘରୋଇ ବସରେ ଜଣେ ଯୁବକ ଗଞ୍ଜେଇ ଧରି ଆସୁଥିବା କୌଣସି ସୂତ୍ରରୁ ଖବର ପାଇଁ ଉଲୁଣ୍ଡା ଆଇଆଇସି ଲିଙ୍ଗରାଜ ସେଠୀଙ୍କ ନେତୃତ୍ୱରେ ଉକ୍ତ ସ୍ଥାନରେ ଚଢାଉ କରିଥିଲେ । ଚଢାଉ ସମୟରେ ବସ ଭିତରୁ ଜଣେ ଯୁବକଙ୍କୁ ଗିରଫ କରିବା ଶହ ଗଞ୍ଜେଇ ଜବତ କରିଥିଲେ । ମାଜିଷ୍ଟ୍ରେଟ ତଥା ଅତିରିକ୍ତ ତହସିଲଦାର ସୋମନାଥ ବେହେରାଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କଲା ପରେ ୨ କେଜି ୧୭୦ ଗ୍ରାମ ଥିବା ଜଣାପଡିଥିଲା । ପୁଲିସ ଏନେଇ ଏକ ମାମଲା ରୁଜୁ କରିଛି । ଅଭିଯୁକ୍ତଙ୍କୁ କୋର୍ଟ ଚଲାଣ କରାଯିବ ବୋଲି ଆଇଆଇସି ସୂଚନା ଦେଇଛନ୍ତି ।