ମ. ରାମପୁର ସବ୍ ଜେଲ୍‌ରୁ ଫେରାର୍ କଏଦୀ ନର୍ଲା ପୋଲିସ ଦ୍ୱାରା ଆଜି ଗିରଫ

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ସବ୍ ଜେଲ୍‌ରୁ ଗତ ୧୧ ତାରିଖ ଦିନ ସକାଳ ସମୟରେ ବିଚାରାଧୀନ କଏଦୀ ଭାବରେ ଥିବା ନର୍ଲା ବ୍ଲକ ଅଧିନ ରୁପ୍ରାରୋଡ୍ ଗ୍ରାମର ବିଶ୍ଵାମିତ୍ର ମାଝୀ କୌଶଳ କ୍ରମେ ଫେରାର୍‌ ହୋଇଥିଲେ । ଏକ ଘରୋଇ ମାମଲାରେ ସେ ବିଚାରାଧୀନ କଏଦୀ ଭାବରେ ଥିଲେ ମଧ୍ୟ ପରିବାର ଲୋକେ ବେଲ୍ ଆବେଦନ କରିନଥିବାରୁ ମ. ରାମପୁର ଜେଲ୍‌ରେ ରହିଥିଲେ । ତେବେ ସେ ଫେରାର୍ ହେବା ଦିନ ଠାରୁ ନର୍ଲା ପୁଲିସ ତରଫରୁ ଖୋଜାଖୋଜି ଜାରି ରହିଥିଲା । ଆଜି କୌଣସି ସୂତ୍ରରୁ ଖବର ପାଇ ନର୍ଲା ଥାନା ଅଧିକାରୀ ଗଙ୍ଗାଧର ମେହେରଙ୍କ ନେତୃତ୍ୱରେ ଏକ ଟିମ୍ ଆଜି ସକାଳୁ ଚିଆଁପଦର ଗ୍ରାମରୁ ଫେରାର୍ କଏଦୀ ବିଶ୍ଵାମିତ୍ର ମାଝୀଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି । ତେବେ ପୁଲିସ କର୍ମଚାରୀମାନଙ୍କୁ ଦେଖି ସେ ଦୌଡ଼ି ପଳାଇବାକୁ ଉଦ୍ୟମ କରିଥିଲେ ସୁଦ୍ଧା ନର୍ଲା ପୁଲିସ ଧରିବାରେ ସଫଳ ହୋଇପାରିଛନ୍ତି ।

Leave A Reply

Your email address will not be published.

error: Content is protected !!