jayashree

ବାରହା ଶିକାର କରି ୪ ଗିରଫ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ଅନ୍ତର୍ଗତ ଖିରେଇଟାଙ୍ଗିରୀ କ୍ଷେତ୍ର ଅନ୍ତର୍ଗତ ବରୁଡି ପଶି ଜଙ୍ଗଲରେ ବୋମା ଫୁଟାଇ ବାରହା ଶିକାର କରିବା ଅଭିଯୋଗରେ ପାଟଣା ଜଙ୍ଗଲ ବିଭାଗ ପକ୍ଷରୁ ୪ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଗିରଫ ହୋଇଥିବା ୪ ଜଣ ହେଲେ ବରୁଡିପଶିର ରୂପେଶ୍ୱର ନାଏକ(୨୭), ଘନଶ୍ୟାମ ନାଏକ (୪୬), ପଦ୍ମପୁରର ତ୍ରିନାଥ ମୁଣ୍ଡା (୫୦), ପଦ୍ମକେଶରୀପୁରର ମଙ୍ଗଳୁ ଚରଣ ନାଏକ (୪୦) ବୋଲି ଜଣାପଡିଛି । ଗତ ଶନିବାର ସକାଳେ ଏମାନେ ବରୁଡିପଶି ଜଙ୍ଗଲରେ ବୋମା ବିସ୍ଫୋରଣରେ ଗୋଟିଏ ବାରହାରକୁ ମାରି ଏହାର ମାଂସ ବିକ୍ରି କରିଥିଲେ । ଖବର ପାଇ ପାଟଣା ବନାଞ୍ଚଳ ଅଧିକାରୀ ଘାଷିନାଥ ପାତ୍ର, ଖିରେଇଟାଙ୍ଗିରୀ ବନପାଳ ବନପାଳ ସୁନିତା ବାଘଲେ, ବନରକ୍ଷୀ ଲକ୍ଷ୍ମୀ ମହାନ୍ତ ଘଟଣାର ତଦନ୍ତ କରି ଏହି ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

Leave A Reply

Your email address will not be published.