ବ୍ରହ୍ମପୁର ଟାଉନ ଥାନା ଅଧୀନସ୍ଥ ଅବକାରୀ କନେଷ୍ଟବଳଙ୍କୁ ଆକ୍ରମଣ ଘଟଣାରେ ଜଣେ ଗିରଫ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ସୋମବାର ରାତିରେ ବ୍ରହ୍ମପୁର ଟାଉନ ଥାନା ଅନ୍ତର୍ଗତ ଟେଲିଫୋନ ଭବନ ନିକଟସ୍ଥ ଗଳିରେ ବ୍ୟାପକ ଚୋରା ମଦ ବିକ୍ରି ହେଉଥିବା ଖବର ପାଇ ଅବକାରୀ ବିଭଗ ତରଫରୁ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା । ଏନେଇ ଖବର ପାଇ ଅବକାରୀ କନେଷ୍ଟବଳ ସବ୍ୟସାଚୀ ମିଶ୍ର ଓ ଅନ୍ୟ ଜଣେ ସହଯୋଗୀ ସେଠାରେ ପହଞ୍ଚି ଭିଡ଼ିଓ କରୁଥିବା ବେଳେ କନେଷ୍ଟବଳ ସବ୍ୟସାଚୀଙ୍କୁ ୫ରୁ ୭ଜଣ ଯୁବକ ଆକ୍ରମଣ କରିଥିବା ନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି । ସବ୍ୟସାଚୀ ମିଶ୍ର ୟୁନିଫର୍ମରେ ନଥିବାରୁ ଦୁର୍ବୃତ୍ତମାନେ ଚିହ୍ନି ନପାରି ଆକ୍ରମଣ କରିଥିଲେ ବୋଲି କୁହାଯାଏ । ଆକ୍ରମଣରେ ସବ୍ୟସାଚୀଙ୍କ ଆଖିପତାରେ ଗଭୀର ଆଘତ ଲାଗିଛି । ଅଭିଯୋଗକୁ ଆଧାର କରି ପୁଲିସ ତଦନ୍ତ ଆରମ୍ଭ କରି ଜଣକୁ ଗିରଫ କରିଥିବା ଥାନା ଅଧିକାରୀ ସୌଭାଗ୍ୟ କୁମାର ସ୍ୱାଇଁ ସୂଚନା ଦେଇଛନ୍ତି । ଘଟଣାସ୍ଥଳରେ ବର୍ତ୍ତମାନ ଏକ ପୋଲିସ ଟିମ୍ ଏହି ଘଟଣାରେ ସମ୍ପୃକ ରହି ଫେରାର ରହିଥିବା ଅଭିଯୁକ୍ତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିବା ବେଳେ ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ବ୍ରହ୍ମପୁର ଟାଉନ୍ ଥାନା ଅଧିକାରୀ କହିଛନ୍ତି ।

Leave A Reply

Your email address will not be published.