୬୮୭ କେଜି ଗଞ୍ଜେଇ ଜବତ : ୨ ଗିରଫ

ରାୟଗଡା : ରାୟଗଡା ଜିଲ୍ଲା ଗୁଣୁପୁରରୁ ୬୮୭ କେଜି ଗଞ୍ଜେଇ ଜବତ । ଏଥି ସହ ଦୁଇଟି ମୋବାଇଲ୍‌ ସହ ନଗଦ ୭୫୦ ଟଙ୍କା ମଧ୍ୟ ଜବତ କରିଛି ପୋଲିସ । ଘଟଣାରେ ଦୁଇ ଜଣ ଗିରଫ । ଗିରଫ ଅଭିଯୁକ୍ତ ହେଲେ ଜୁସାୟା ରଇତ ଏବଂ ଅନ୍ୟ ଜଣେ ମୁକେଶ ମଣ୍ଡଳ । ଦୁହେଁ ଗଜପତି ଜିଲ୍ଲା ଓଡ଼ବା ଗ୍ରାମର ବୋଲି ଜଣାପଡିଛି । ଖବର ମୁତାବକ, ପୋଲିସ ପାଟ୍ରୋଲିଂ କରିଥିବା ସମୟରେ ଗାନ୍ଧୀ ଯାନ୍ତ୍ରିକ ବିଶ୍ଵବିଦ୍ୟାଳୟ ପୂର୍ବରୁ ଖର୍ଲିଂଗ ନିକଟରେ ଥିବା ଆର୍‌ଏମ୍‌ସି ଚେକ୍ ଗେଟ୍ ନିକଟରେ ଦ୍ରୁତ ଗତିରେ ଯାଉଥିବା ଏକ ବୋଲେରୋ ଗାଡିକୁ ପୋଲିସ ସନ୍ଦେହ କରି ତାର ପିଛା କରିଥିଲା । ଏହା ପରେ ଉକ୍ତ ଗାଡିର ଡ୍ରାଇଭର୍‌ ସହ ଜଣକୁ ଅଟକ ରଖିବା ସହ ଜବତ ଗାଡିରୁ ୩୦ଟି ବ୍ୟାଗରୁ ପ୍ରାୟ ୬୮୭ କେଜି ଗଞ୍ଜେଇ ଜବତ କରିଥିଲା । ପୋଲିସ ।

Leave A Reply

Your email address will not be published.