oum

୨ ଜଣ ଶିକାରୀଙ୍କୁ ଗିରଫ କଲା ବନବିଭାଗ କର୍ମଚାରୀ

jsm

ଖୋର୍ଦ୍ଧା : ବନ୍ୟପ୍ରାଣୀ ଶିକାର ନିଷେଦ୍ଧାଦେଶ ଥିବା ବେଳେ ମଧ୍ୟ ଶିକାରୀମାନେ ଏହାକୁ ଭୃକ୍ଷେପ କରୁ ନାହାନ୍ତି । ବରଂ ନିରୀହ ପକ୍ଷୀମାନଙ୍କୁ ମାରି ନିଜ ପେଟପୁରାଉଛନ୍ତି । ଶିକାରୀମାନେ ଭୋଜି କରିବାକୁ କୁକୁଡ଼ା କିମ୍ବା ଛେଳିମାଂସ ବଦଳରେ ଚିଲିକାର ବୃହତ୍‌ ଜଳରାଶିରେ ଭାସୁଥିବା ପକ୍ଷୀମାନଙ୍କୁ ଟାର୍ଗେଟ କରୁଛନ୍ତି । ପକ୍ଷୀ ଶିକାର କରି ଫେରୁଥିବା ବେଳେ ବନ୍ୟପ୍ରାଣୀ ବିଭାଗର କର୍ମଚାରୀମାନେ ଅତର୍କିତ ଚଢ଼ାଉ କରି ୨ ଜଣ ସନ୍ତୋଷ ପଲାଇ (୨୪) ଓ ଟୁଲୁ ପଲାଇ (୨୩)ଙ୍କୁ ଗିରଫ କରିଛନ୍ତି । ତେବେ ଚଢ଼ାଉ ସମୟରେ ଜଣେ ଚମ୍ପଟ ମାରିଥିଲା । ଶିକାରୀମାନଙ୍କ ଠାରୁ ବନବିଭାଗ ୧୪ଟି ମୃତପକ୍ଷୀ ଜବତ କରିଛି ।

Leave A Reply

Your email address will not be published.