
- ୬ ଦଫାଦାବି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସବ୍ ଡିଭିଜିନାଲ ଅଫିସରଙ୍କୁ ପ୍ରଦାନ
କଣ୍ଟାବାଞ୍ଜି, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନଗର କଂଗ୍ରେସ ତରଫରୁ ସୋମବାର ପୂର୍ବାହ୍ନରେ କଣ୍ଟାବାଞ୍ଜି ସବ୍ ଡିଭିଜନ ଅଫିସ ଘେରାଓ କରାଯାଇଥିଲା । ଏହି ଘେରାଉ ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ନେତୃତ୍ୱରେ କଂଗ୍ରେସ ଅଫିସରୁ ଏକ ରାଲି ବାହାରି ବିଦ୍ୟୁତ୍ କାର୍ଯ୍ୟଳୟ ଯାଏଁ ପହଂଚିଥିଲା । ରାଲିଟି ଶୋଭାଯାତ୍ରାରେ ଥିବା ବେଳେ ଟିପିଡବ୍ଲୁଓଡିଏଲ ଏବଂ ବର୍ତ୍ତମାନର ଡବଲ ଇଞ୍ଜିନ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ । ରାଲିଟି ସବ୍ ଡିଭିଜନ କାର୍ଯ୍ୟାଳୟରେ ପହଂଚିବା ପରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ୬ଗୋଟି ଦାବି ମଧ୍ୟରେ ଦାଦନ ପ୍ରବଣ ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ସମସ୍ତ ୩ ଗୋଟି ବ୍ଲକ, ତୁରେକେଲା, ବଙ୍ଗୋମୁଣ୍ଡା, ମୁରିବାହାଲ ଓ କଣ୍ଟାବାଞ୍ଜି ଏନ.ଏ.ସି.ରେ ବସବାସ କରୁଥିବା ସମସ୍ତ ବିଜୁଳୀ ଉପଭୋକ୍ତାଙ୍କୁ ଟାଟା କମ୍ପାନୀ ଓ ଡବଲ ଇଞ୍ଜିନ ସରକାର ଦ୍ୱାରା ମନମୁଖୀ କାର୍ଯ୍ୟ ବନ୍ଦ କରାଯାଉ । ଟାଟା କମ୍ପାନୀ ଦ୍ୱାରା ୧ ଜାନୁୟାରି ୨୦୨୧ ରୁ କିଣିଥିଲେ ମଧ୍ୟ ଏରିୟର ନାମରେ ବାକିଆ ୧୦ ରୁ ୨୦ ବର୍ଷ ପୁରୁଣା ବିଲ ଜବରଦସ୍ତି ଆଦାୟ ବନ୍ଦ କରାଯାଉ । ଟାଟା କମ୍ପାନୀ ଦ୍ୱାରା ଘରେ ଜବରଦସ୍ତ ପ୍ରବେଶ କରି ପଏଣ୍ଡ ଗଣିବା ଏବଂ ଭିଜିଲାନ୍ସ ଦ୍ୱାରା ଜବରଦସ୍ତ ଫାଇନ ଏବଂ ପ୍ରବେଶକୁ ନିଷେଧ କରାଯାଉ । ରାଜ୍ୟ ସରକାର ନିଜେ ସ୍ମାର୍ଟ ମିଟର କିଣି ଏବଂ ଟାଟା କମ୍ପାନୀ ଦ୍ୱାରା ଉପଭୋକ୍ତାମାନଙ୍କୁ ଜବରଦସ୍ତି ଲଗାଇବା ବନ୍ଦ କରାଯାଉ । ଓଡିଶା ରାଜ୍ୟ ବିଦ୍ୟୁତ୍ ଉତ୍ପାଦନରେ ବଳକା ଥିଲେ ମଧ୍ୟ ମେଣ୍ଟେନାନ୍ସ ନାମରେ ଘଣ୍ଟା ଘଣ୍ଟା ବିଦ୍ୟୁତ୍ କଟା ବନ୍ଦ କରାଯାଉ । ରାଜ୍ୟ ସରକାର ନିର୍ବାଚନ ଇସ୍ତାହାରରେ ୩୦୦ ୟୁନିଟ ମାଗଣା ବିଜୁଳୀ ଦେବାପାଇଁ ଘୋଷଣା କରିଥିଲେ । ଅତିଶୀଘ୍ର ସମସ୍ତ ବିଜୁଳି ଘରୋଇ ଉପଭୋକ୍ତାଙ୍କୁ ୩୦୦ ୟୁନିଟ ବିଜୁଳୀ ମାଗଣା ଦିଆଯାଉ ତା ସଙ୍ଗେ ସଙ୍ଗେ ଚାଷୀମାନଙ୍କୁ ମଧ୍ୟ ମାଗଣାରେ ବିଜୁଳୀ ଦିଆଯାଉ । ଏହି ୬ ଦଫା ଦାବିପତ୍ର ଓଡିଶାର ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ବିଦ୍ୟୁତ୍ ସବ୍ ଡିଭିଜିନାଲ ଅଫିସର ସଞ୍ଜୟ ତିର୍କିଙ୍କୁ ପ୍ରଦାନ କରିଥିଲେ । ଏହି ଘେରାଓରେ ଅନ୍ୟମାନଙ୍କ ମଧ୍ୟରେ ବଲାଙ୍ଗିର ଜିଲ୍ଲା କଂଗ୍ରେସ କମିଟି ସଭାପତି ଅନିଲ ମେହେର, କଣ୍ଟାବାଞ୍ଜି ଏନ.ଏ.ସି. ନଗରପାଳ ବରିୟାମ ସିଂ ସାଲୁଜା, ବଙ୍ଗୋମୁଣ୍ଡା ବ୍ଲକ ଉପାଧ୍ୟକ୍ଷ ନାରାୟଣ ଜୈନ, ଜିଲ୍ଲା ପରିଷଦ ଜୋନ ୧୧ ସଭ୍ୟ କୌଶିକ ମେହେର, ଜିଲ୍ଲା ପରିଷଦ ଜୋନ ୨୧ ସଭ୍ୟ ଓମ ପ୍ରକାଶ କୁମ୍ଭାର, ଜିଲ୍ଲା ପରିଷଦ ଜୋନ ୨୯ ସଭ୍ୟ ଗୋପୀନାଥ ପାଣିଗ୍ରାହୀ, ବଙ୍ଗୋମୁଣ୍ଡା ବ୍ଲକ ପୂର୍ବତନ ଅଧ୍ୟକ୍ଷ ଗୁରୁ ଚରଣ ବେହେରା, କଣ୍ଟାବାଞ୍ଜି ଏନ.ଏ.ସି. ପୂର୍ବତନ ନଗରପାଳ ଡମ୍ବରୁଧର ବେହେରା, ବରିଷ୍ଠ କଂଗ୍ରେସ ନେତା ଟିଟିଲାଗଡ ବିରେନ୍ଦ୍ର ବାଗ ସହ ୩ଗୋଟି ବ୍ଲକ ଏବଂ କଣ୍ଟାବାଞ୍ଜି ଏନ.ଏ.ସି.ର ୧୬ଗୋଟି ୱାର୍ଡର କଂଗ୍ରେସ କର୍ମିମାନେ ସାମିଲ ଥିଲେ । କଣ୍ଟାବାଞ୍ଜି ପୋଲିସ ଉପ ଆରକ୍ଷୀ ଅଧିକ୍ଷକ ଲକ୍ଷ୍ମୀନାରାୟଣ ମାରାଣ୍ଡି ଏବଂ ଆଇ.ଆଇ.ସି. ଗୋପାଳ କର୍ଣ୍ଣଙ୍କ ନେତୃତ୍ୱରେ ଆଇନ ଶୃଙ୍ଖଳା ନିୟନ୍ତ୍ରଣ କରାଯାଇଥିଲା ।