୯ ଦଫା ଦାବୀ ନେଇ ସ୍ଥାନୀୟ କଂଗ୍ରେସ ନେତୃବୃନ୍ଦଙ୍କ ତାଳଚେର ବ୍ଲକ୍ ଅଫିସ୍ ଘେରାଉ

ତାଳଚେର, (ଆର୍ତ୍ତତ୍ରାଣ ପାଣି) : ଆଜି ରାଜ୍ୟ କଂଗ୍ରେସ ସଭାପତିଙ୍କ ଡାକରାରେ ୯ ଗୋଟି ଦାବୀ ନେଇ ତାଳଚେର କଂଗ୍ରେସ କର୍ମକର୍ତ୍ତା ତାଳଚେର ବ୍ଲକ୍ ଅଫିସ୍ ସମ୍ମୁଖରେ ଘେରାଉ କରିବା ସହ ଧାରଣା ଦେଇଥିବା ଖବର ଆମ ହସ୍ତଗତ ହୋଇଛି । ମୁଖ୍ୟ ଦାବୀ ଗୁଡିକ ହେଲା ରାଜ୍ୟ ସରକାରଙ୍କ ବିଭିନ୍ନ ଅଫିସ୍ ଦପ୍ତରରେ ଚାଲିଥିବା ପି.ସି. କାରବାର, ଆବାସ ଯୋଜନାରେ ଦୁର୍ନୀତି, ଆବଶ୍ୟକୀୟ ଜିନିଷର ଦରଦାମ ବୃଦ୍ଧି, ରାଜ୍ୟର ବେରୋଜଗାର ସମସ୍ୟା, ନାରୀ ନିର୍ଯ୍ୟାତନା ବୃଦ୍ଧି, ସରକାରଙ୍କ ଚାଷୀ ମାରଣ ନୀତି ଏବଂ ଟାଟା କମ୍ପାନୀ ଦ୍ୱାରା ବିଜୁଳୀ ବାବଦ ଶୋଷଣ ଆଦି ସମସ୍ୟାକୁ ଭିତ୍ତି କରି ତାଳଚେର କଂଗ୍ରେସ ଦଳର ବ୍ଲକ୍ ସଭାପତି ଜ୍ଞାନ ରଂଜନ ପାଣିଙ୍କ ଏହି ବ୍ଲକ୍ ଘେରାଉ କରାଯାଇଥିବା ପ୍ରକାଶ କରିଛନ୍ତି । ଏହି ଘେରାଉ କାର୍ଯ୍ୟକ୍ରମରେ କଂଗ୍ରେସ ପର୍ଯ୍ୟବେକ୍ଷକ ପକାଶ ମିଶ୍ର, ପୂର୍ବତନ ଅଧକ୍ଷ ଦିଗାମ୍ବର ଗଡ଼ନାୟକ, ପୂର୍ବତନ ନଗରପାଳ କେଶବ ଭୂତିଆ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ରାଜ କିଶୋର ସାହୁ, ପୂର୍ବତନ ଯୁବ କଂଗ୍ରେସ ସଭାପତି, ତାଳଚେର ବଜରଙ୍ଗ ଅଗ୍ରୱାଲ୍, ଯୁବ କଂଗ୍ରେସ ତାଳଚେରରୁ ପ୍ରଫୁଲ୍ଲ ଦାସଙ୍କ ସହିତ ବହୁ ସଂଖ୍ୟକ କଂଗ୍ରେସ ସମର୍ତକ ଯୋଗ ଦେଇଥିବା ଦେଖା ଯାଇଥିଲା ।

Leave A Reply

Your email address will not be published.