om academy

କଣ୍ଟାବାଞ୍ଜି ଏନ୍‌. ଏ. ସି. ନିକଟସ୍ଥ ରେଲୱେ ଜମି ଜବରଦଖଲ ଉଚ୍ଛେଦ ଘଟଣା

jsm
  • ବିଧାୟକଙ୍କ ହସ୍ତକ୍ଷେପରେ ଭଙ୍ଗାରୁଜାର ୧୫ଦିନ ମହଲତ
  • ଭୂତଲ ପୋଲ ନିର୍ମାଣ ରାସ୍ତା ଜବରଦଖଲ ଉଚ୍ଛେଦ ସ୍ୱଭାବିକ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରେ ବର୍ଷ ବର୍ଷ ଧରି ରେଲୱେ ଜମିରେ ହଜାର ହଜାର ସଂଖ୍ୟାରେ ଲୋକେ ଘର ଦ୍ୱାର ନିର୍ମାଣ କରି ଜବରଦଖଲ କରି ରହିଛନ୍ତି । ଏହି ଜବର ଦଖଲ ଜମିରେ ବିଭିନ୍ନ ସମୟରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା କଣ୍ଟାବାଞ୍ଜିର ବିକାଶ ପାଇଁ ଆସିଛି । ହେଲେ ରେଲୱେ ଜମିରେ ଜବରଦଖଲ କରି ରହିଥିବା ଲୋକଙ୍କୁ ଉଚ୍ଛେଦ ପାଇଁ ରେଲୱେ ପ୍ରଶାସନ ବିଭିନ୍ନ ସମୟରେ ନୋଟିସ ଦେଇ ଉଚ୍ଛେଦ ପାଇଁ ତାଗିଦ କରିଛି କିନ୍ତୁ ତାହା ବିଭିନ୍ନ ସମୟରେ ଫେଲ ମାରିଛି । କାବାଞ୍ଜି ଏନ୍‌. ଏ. ସି. ନିକଟରେ ଥିବା ଏଲ୍‌. ସି. ଫାଟକ ରେଲ ପ୍ରଶାସନ ବନ୍ଦ କଲା ପରେ ଏକ ଦ୍ୱୀତିୟ ଭୁଲ ପୋଲ ସାଂସଦ ଶ୍ରୀମତୀ ସଙ୍ଗୀତା ସିଂଦେଓଙ୍କ ପ୍ରଚେଷ୍ଟାରେ ନିର୍ମାଣ ସରିଛି । ଭୂତଲ ପୋଲକୁ ସଂଯୋଗ କରୁଥିବା ଏନ୍‌. ଏ. ସି. ଛକ ନିକଟରେ ରେଲୱେ ଜମି ଉପରେ ବର୍ଷ ବର୍ଷ ଧରି ଦୋକାନ ବଜାର ଘର ନିର୍ମାଣ କରି ରହିଆସିଥିବା ଦୋକାନିକୁ ଉଚ୍ଛେଦ ପାଇଁ ପୂର୍ବରୁ ରେଳ ପ୍ରଶାସନ ତରଫରୁ ଉଚ୍ଛେଦ ନୋଟିସ ଦେଇଥିଲା । ଉକ୍ତ ନୋଟିସକୁ ଜବରଦଖଲକାରୀମାନେ ଖାତିର ନକରିବାରୁ ସ୍ଥାନୀୟ ରେଳ ପ୍ରଶାସନ ଭଙ୍ଗାରୁଜା କରିଛି । ଏପରିକି ଅନ୍ୟ ରେଳ ଜମି ଯାହା ଏନ୍‌. ଏ. ସି. ଛକରୁ ରେଲୱେ ସ୍କୁଲ ଦେଇ ଯାଇଥିବା ରାସ୍ତାରେ ମଧ୍ୟ ଶହ ଶହ ସଂଖ୍ୟାରେ ଜବରଦଖଲକୁ ଉଚ୍ଛେଦ ପାଇଁ ନୋଟିସ କରିଛି ରେଳ ପ୍ରଶାସନ । ରେଳ ପ୍ରଶାସନର ଭଙ୍ଗାରୁଜାକୁ ନେଇ ଜବରଦଖଲକାରୀ ମାନେ ବୁଧବାର ସଂଧ୍ୟାରେ ନବନିର୍ବାଚିତ ବିଧାୟକ ଲକ୍ଷ୍ମଣ ବାଗଙ୍କୁ ସାକ୍ଷାତ କରି କିଛି ଦିନ ପାଇଁ ସ୍ଥଗିତ କରିବା ପାଇଁ କହିଥିଲେ । ଏହା ପରେ ବିଧାୟକ ଶ୍ରୀ ବାଗ ଏନ୍‌. ଏ. ସି. ନିର୍ବାହୀ ଅଧିକାରୀ ଗିରିଜାଶଙ୍କର ମଲ୍ଲିକ, ତହସିଲଦାର ଅଞ୍ଜଳି ମାଝି, ରେଲୱେ ଏ. ଡି. ଇନ୍‌. ପ୍ରସନ୍ନ କୁମାର ଏବଂ ବରିଷ୍ଠ ସେକ୍ସନ ଇଂଜିନିୟର ମାନଓ ବେହେରାଙ୍କ ସହ ଆଲୋଚନା କରିଥିଲେ । ଆଲୋଚନା ମଧ୍ୟରେ ଭଳତଲ ପୁଲକୁ ସଂଯୋଗ କରୁଥିବା ରାସ୍ତା ଜବରଦଖଲ ଉଚ୍ଛେଦ କରାଯିବ । ହେଲେ ଅନ୍ୟ ଜବରଦଖଲକୁ ଉଚ୍ଛେଦ ପାଇଁ ୧୫ ଦିନ ସମୟ ବିଧାୟକ ଶ୍ରୀ ବାଗ ପ୍ରଶାସନ ଠାରେ ମହଲତ ମାଗିଥିବା ଜଣାପଡିଛି । ଏପରିକି ରେଲୱେ ଜମିରେ ବର୍ତ୍ତମାନ ଅନେକ ବିକାଶ ମୂଳକ କାର୍ଯ୍ୟ କେନ୍ଦ୍ର ସରକାର ହାତକୁ ନେଇ ଥିବାରୁ ଜବରଦଖଲ ଉଚ୍ଛେଦ ନହେଲେ କାବାଞ୍ଜିର ବିକାଶ ଅସମ୍ଭବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।

Leave A Reply

Your email address will not be published.