କମଲ ବାଗ ହତ୍ୟା ଘଟଣା : କଂଟାବାଂଜି ଏଡିଜେଙ୍କ ଗୁରୁତ୍ୱ ପୂର୍ଣ୍ଣ ରାଏ, ୩୩ ଜଣଙ୍କ ସାକ୍ଷ୍ୟ ପ୍ରମାଣ ପରେ ନିର୍ଦ୍ଦୋଷରେ ଖଲାସ ହେଲେ ୫ ଜଣ
କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ସହରର କମଲ ବାଗ ହତ୍ୟା ଘଟଣାର ବୁଧବାର ଦିନ ମାନ୍ୟବର କଂଟାବାଂଜି ଅତିରିକ୍ତ ଜିଲ୍ଲା ଦୌରାଜଜ୍ଙ୍କ ରାୟ ପ୍ରକାଶ ପାଇଛି । ମିଳିଥିବା ସୂଚନା ଅନୁସାରେ ୩୩ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ଏହି ରାୟ ପ୍ରକାଶ ପାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ କଂଟାବାଂଜି ଆନନ୍ଦ ନଗର ପଡାର ପେପର ହକର କମଲ ବାଗଙ୍କ ଏକ ମୃତ ଶରୀର ଆଶ୍ରମପଡାସ୍ଥିତ ରାଧାସ୍ୱାମୀ ଆଶ୍ରମର ଏକ କୂଅରୁ ପରିତ୍ୟକ୍ତ ମୃତ ଦେହ କଂଟାବାଂଜି ପୋଲିସ ଉଦ୍ଧାର କରିଥିଲା । ଏହି ଘଟଣାରେ କଂଟାବାଂଜି ପୋଲିସ କେସ୍ ନଂ. ୨୬୬/୧୬.୧୧.୨୦୧୯ରେ ଅନୁସଂଧାନ କରି ଦୁର୍ଯ୍ୟୋଧନ ଓରଫ ଦୁର୍ଯ୍ୟେ, ଗଗନ ସୁନା, ରାଜନ ସୁନା, ମଂଟୁ ସୁନା ଓ ପୁଷ୍ପା ସୁନାଙ୍କୁ ଦଫା ୩୦୨/୨୦୧/୩୪ ଆଇପିସିରେ କୋର୍ଟ ଚାଲାଣ କରିଥିଲା । ଉକ୍ତ ବ୍ୟକ୍ତିମାନେ କିଛି ବର୍ଷ ଜେଲରେ ବିଚାରଧିନ କଏଦୀ ଭାବେ ରହି ଜେଲରୁ ମୁକ୍ତି ପାଇଥିଲେ ଯାହା ସ୍ଥାନୀୟ ଅତିରିକ୍ତ ଜିଲ୍ଲା ଜଜ୍ କଂଟାବାଂଜିରେ ସେସନ୍ସ କୋର୍ଟ କେସ୍ ନଂ. ୧୬/୨୦୨୦ ମାମଲା ରୁଜୁ ହୋଇଥିଲା । ଏହି କେସ୍ର ବୁଧବାର ଦିନ ବିଭିନ୍ନ ସମୟରେ ୩୩ଟି ସାକ୍ଷ୍ୟମାନଙ୍କ ଶୁଣାଣି ପରେ ତାର ରାଏ ପ୍ରକାଶ ପାଇଛି । ଏଥିରେ ଉକ୍ତ ବିଚାରଧିନ ଅଭିଯୁକ୍ତମାନଙ୍କୁ ମାନ୍ୟବର କଂଟାବାଂଜି ଅତିରିକ୍ତ ଜିଲ୍ଲା ଦୌରାଜଜ୍ ହିମାଂଶୁ ଶେଖର ମଲ୍ଲିକ ତାଙ୍କ ରାୟରେ ନିର୍ଦ୍ଦୋଶ ଭାବେ ପ୍ରକାଶ କରିଥିବା ଜଣାପଡିଛି । ଏହି ମାମଲକୁ ବରିଷ୍ଠ ଆଇନଜୀବୀ ମୋହନ ଲାଲ ଶର୍ମା ପରିଚାଳନା କରୁଥିବା ସୂଚନା ଦେଇଛନ୍ତି ।