centurian jitm

ନାବାଳିକା ଛାତ୍ରୀଙ୍କ ଆତ୍ମହତ୍ୟା : ଛୁଟିରେ ଘରକୁ ଆସି ଝୁଲିପଡ଼ିଲେ

ପରଜଙ୍ଗ : ପରଜଙ୍ଗ ଥାନା ଅନ୍ତର୍ଗତ କନ୍ତୋର ଗ୍ରାମ ପଞ୍ଚାୟତ କୋଷ୍ଠବେଡ଼ିଆ ସାହିର ଅରୁଣ ନାଏକଙ୍କ ୧୪ ବର୍ଷୀୟ ନାବାଳିକା ଝିଅ ରୁଦ୍ରାଣୀ ନାଏକଙ୍କ ଆତ୍ମହତ୍ୟା । ରୁଦ୍ରାଣୀ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ରବିବାର ସକାଳୁ ପରିବାରର ସମସ୍ତ ସଦସ୍ୟ ନିଜ ନିଜ ନିତ୍ୟକର୍ମରେ ବ୍ୟସ୍ତ ଥିଲେ । ଝିଅର ଉଠିବାରେ ବିଳମ୍ୱ ହେବାରୁ ରୁମ୍‌କୁ ଯାଇ ଦେଖିଥିଲେ ପରିବାର ଲୋକ । ଝିଅ ଘରେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଲେ । ପରିବାର ଲୋକ ସଙ୍ଗେ ସଙ୍ଗେ ଝିଅକୁ ସ୍ଥାନୀୟ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଯାହା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଛାତ୍ରୀ ଜଣକ କଙ୍କଡାସୋଡ଼ା ଆଶ୍ରମ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ରୀ ଥିଲେ । ଗତ କିଛି ଦିନ ପୂର୍ବରୁ ରୁଦ୍ରାଣୀ ଛୁଟିରେ ଘରକୁ ଆସିଥିବା ବେଳେ ଆଉ ନ ପଢ଼ିବାକୁ ଜିଦ୍ ଧରିଥିଲେ । ପାଠ ନ ପଢ଼ିବା ଲାଗି ରୁଦ୍ରାଣୀ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ପରିବାର ଲୋକ ଅନୁମାନ କହିଛନ୍ତି ।

Leave A Reply

Your email address will not be published.