ବଲାଙ୍ଗିର, (କେପିଏନ୍ଏସ୍) : ଘନ କୁହୁଡ଼ି ଯୋଗୁଁ ଦୁର୍ଘଟଣା । ଏଭଳି ଏକ ଖବର ଆସିଛି । ସୂଚନା ଅନୁସାରେ ବନ୍ଧପଡ଼ା ଥାନା ଅନ୍ତର୍ଗତ କୁମ୍ପଥର ଗାଁର ଭଗବାନ ପରାଭୋଇ(୩୫) ରେଙ୍ଗାଲିକୁ କୌଣସି କାମରେ ଯାଇ ଆଜି ଭୋର୍ ସକାଳୁ ବାଇକ୍ରେ ଫେରୁଥିବା ବେଳେ ସାମ୍ନା ଆଡ଼ୁ ଆସୁଥିବା ବିନା ଲାଇଟ୍ର ଏକ ବାଇକ୍ ସହ ସାମ୍ନା ସାମ୍ନି ଧକ୍କା ହୋଇଥିଲେ । କୁହୁଡ଼ି ଯୋଗୁଁ ସାମ୍ନା ପଟରୁ ଆସୁଥିବା ବାଇକ୍ ଦେଖା ଯାଉନଥିବା ଯୋଗୁଁ ଏଭଳି ଘଟଣା ଘଟିଥିବା କୁହାଯାଉଛି । ଏହି ଦୁର୍ଘଟଣାରେ ଭଗବାନ ଗୁରୁତର ଆହତ ହୋଇ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ୍ କଲେଜ୍ ଓ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି ।
Prev Post
Next Post