ppurohit

ବଲାଙ୍ଗିରରେ ଅନୁସୂଚିତ ଜାତି ଓ ଜନଜାତି କମିଟି ଗଠିତ

2nd

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶା ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀ କଲ୍ୟାଣ ସମନ୍ୱୟ ପରିଷଦର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସ୍ଥାନୀୟ ସାମ୍ବାଦିକ ଭବନରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ହସ୍ତ ଶିଳ୍ପ ଅଧିକାରୀ ଅଜିତ ପ୍ରସାଦ ଭୋଇ, ଶ୍ରମ ଅଧିକାରୀ ସୁକାନ୍ତ କୁମାର ସେଠ୍, ଗୋଷ୍ଠୀ ଶିକ୍ଷା ଅଧିକାରୀ ଲୋକନାଥ ସୁନା, ପ୍ରଫେସର ଅକ୍ଷୟ କୁମାର ସେଠ୍, ପ୍ରଫେସର ସଦାଶିବ ମଲ୍ଲିକ, ଅତିରିକ୍ତ ଶିକ୍ଷା ଅଧିକାରୀ ବୃନ୍ଦାବନ ନାଗ ପ୍ରମୁଖ ମଂଚାସୀନ ଥିଲେ । ଅନୁସୂଚିତ ବର୍ଗ ଉପରେ ବୃଦ୍ଧି ପାଉଥିବ ଅତ୍ୟାଚାର ଓ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଗଲା । ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟ ସ୍ତରୀୟ କମିଟିର ସଭ୍ୟ ଅଜିତ ପ୍ରସାଦ ଭୋଇଙ୍କ ତତ୍ତ୍ୱାବଧାନରେ ଏକ ଜିଲ୍ଲା ସ୍ତରୀୟ କମିଟି ଗଠନ କରାଗଲା । ସର୍ବ ସମ୍ମତି କ୍ରମେ ମୀନକେତନ ମାଝି ସଭାପତି, କମଳ ଲୋଚନ ବିଶ୍ୱାଳ କାର୍ଯ୍ୟକାରୀ ସଭାପତି, ରବୀନ୍ଦ୍ର ସୁନା ସାଧାରଣ ସମ୍ପାଦକ, ନୀଳକଣ୍ଠ ସୁନା ସହ ସମ୍ପାଦକ, କୌତୁକ ପନ୍ଦର ସାଙ୍ଗଠନିକ ସମ୍ପାଦକ, ସୁଶ୍ରୀ ଫୁଲନ୍ତୀ ଗୁରିଆ ନିୟୋଜନ ସମ୍ପାଦକ, ସୁରେନ୍ଦ୍ର ସେଠ୍ ସାଂସ୍କୃତିକ ସମ୍ପାଦକ, ବୃନ୍ଦାବନ ନାଗ ଆର୍ଥିକ ସମ୍ପାଦକ, ସଦାନନ୍ଦ ଭୋଇ ଅତିରିକ୍ତ ସମନ୍ୱୟ ସମ୍ପାଦକ ଓ ନିହାର ରଞ୍ଜନ ବାଗ କମିଟିର ଅଡିଟର ଭାବରେ ମନୋନୀତ ହେଲେ । ଉକ୍ତ ବୈଠକରେ ସରକାରଙ୍କ ବିଭିନ୍ନ ବିଭାଗର କର୍ମଚାରୀ ବହୁ ସଂଖ୍ୟାରେ ବଲାଙ୍ଗିର ଜିଲ୍ଲାର କୋଣ ଅନୁକୋଣରୁ ଯୋଗ ଦେଇଥିଲେ । ନେପାଲ ବାଗ ସଂଯୋଜନା କରିଥିବା ବେଳେ ସୂର୍ଯ୍ରମଣି ସୁନା ଧନ୍ୟବାଦ ଦେଇଥିଲେ । ବିଶ୍ଵାମିତ୍ର ନାଗ, ସହଦେ । ଧରୁଆ, ମହେନ୍ଦ୍ର ନାଗ, ଛବିନ୍ଦ୍ର ବେହେରା, ପର୍ଶୁରାମ ସୁନା, ଅକ୍ରୁର ସୁନା, କଳିଙ୍ଗ ସୁନା, ରାମଚନ୍ଦ୍ର ଦୀପ, କୃଷ୍ଣଚନ୍ଦ୍ର ବାଗ, କାର୍ତ୍ତିକ ହରପାଲ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.