ମୁରିବାହାଲ ବ୍ଲକ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ ଗଠିତ

  • ବରିଷ୍ଠ ସାମ୍ବାଦିକ ଦୁର୍ଗାନନ୍ଦ ମହାକୁର ସଭାପତି
  • ଜୟନ୍ତ କୁମାର ସାହୁ ସାଧାରଣ ସମ୍ପାଦକ
  • ନବୀନ କୁମାର ତାଣ୍ଡି କୋଷାଧ୍ୟକ୍ଷ
  • ଖଗେଶ୍ୱର ସାହୁ କାର୍ଯ୍ୟକାରୀ ସଭାପତି ମନୋନୀତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକର ବିଭିନ୍ନ ଅଞ୍ଚଳରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ନେଇ ବ୍ଲକସ୍ତରୀୟ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ରବିବାର ଗଠିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ଡ. ଭଗବାନ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଗ୍ରାମାଞ୍ଚଳରେ କାର୍ଯ୍ୟରତ ବିଭିନ୍ନ ପ୍ରିଣ୍ଟ, ଇଲେ୍ଟ୍ରୋନିକ୍ସ ଓ ୱେବର ଗଣମାଧ୍ୟମ ପ୍ରତିନିଧିମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ବିଶଦ ଭାବରେ ଆଲୋଚନା କରାଯାଇଥିଲା । ସାଧାରଣ ଲୋକଙ୍କ ବିଭିନ୍ନ ସମସ୍ୟାକୁ ଗଣମାଧ୍ୟମରେ ପ୍ରକାଶ କରି ପ୍ରଶାସନ ଓ ଜନସାଧାରଣଙ୍କ ମଧ୍ୟରେ ଏକ ଉତ୍ତମ ସମନ୍ଵୟ ସୃଷ୍ଟି ସହ ସାମ୍ବାଦିକଙ୍କ ବିଭିନ୍ନ ଅଧିକାର, ଦାୟିତ୍ଵ ଓ କର୍ତ୍ତବ୍ୟ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ମୁରିବାହାଲ ବ୍ଲକ ଅଞ୍ଚଳରେ କାର୍ଯ୍ୟରତ ସମସ୍ତ ସାମ୍ୱାଦିକଙ୍କ ସୁରକ୍ଷା, ଏକତା ଓ ସମନ୍ଵୟ ରଖିବା ପାଇଁ ବିଶଦ ଭାବରେ ଆଲୋଚନା ପରେ ମୁରିବାହାଲ ବ୍ଲକସ୍ତରୀୟ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ ଗଠନ କରାଯାଇଥିଲା । ଏହି ଆସୋସିଏସନ୍‌ର ସଭାପତି ରୂପେ ବରିଷ୍ଠ ସାମ୍ବାଦିକ ଦୁର୍ଗାନନ୍ଦ ମହାକୁର, କାର୍ଯ୍ୟକାରୀ ସଭାପତି ଖଗେଶ୍ୱର ସାହୁ, ଉପସଭାପତି ରୂପେ ଗିରିଧାରୀ ସାହୁ ଓ ପ୍ରେମାନନ୍ଦ ତାଣ୍ଡି, ସାଧାରଣ ସମ୍ପାଦକ ଜୟନ୍ତ କୁମାର ସାହୁ, କୋଷାଧ୍ୟକ୍ଷ ନବୀନ କୁମାର ତାଣ୍ଡି ଓ ସହସମ୍ପାଦକ ରୂପେ ମୋତିଲାଲ ତାଣ୍ଡିଙ୍କୁ ମନୋନୀତ କରାଯାଇଥିଲା । ଆସୋସିଏସନ୍‌ର ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ ପାର୍ଥରାଜ ଲୁହା, ହୃଦାନନ୍ଦ ବାଗ, ଚୁଡ଼ାମଣି ମହାକୁର, ସୁବାସ ଚନ୍ଦ୍ର ମାଝୀ, ସୁମନ୍ତ ମହାଲିଙ୍ଗ ଓ ସୁଦାମ ମହାକୁର ରହିଥିଲେ । ଉପଦେଷ୍ଟା ରୂପେ ବରିଷ୍ଠ ସାମ୍ବାଦିକ ଡ. ଭଗବାନ ମହାନ୍ତି, ଅନ୍ତିମ କୁମାର ପାଣିଗ୍ରାହୀ ଓ ବନବିହାରୀ ଯୋଶୀ ତଥା ଆଇନ ପରାମର୍ଶଦାତା ରୂପେ ବରିଷ୍ଠ ଆଇନଜୀବୀ ଗୋପୀନାଥ ପାଣିଗ୍ରାହୀଙ୍କୁ ମନୋନୀତ କରାଯାଇଥିଲା । ଆଗାମୀ ଦିନରେ ମୁରିବାହାଲ ବ୍ଲକସ୍ତରୀୟ ଜର୍ଣ୍ଣାଲିଷ୍ଟ ଆସୋସିସନ୍‌ର ପଞ୍ଜିକରଣ, ସମସ୍ତ ଯୁବ ସାମ୍ୱାଦିକଙ୍କୁ ପରିଚୟ ପତ୍ର ପ୍ରଦାନ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗରେ ପଞ୍ଜିକରଣ, ଏକ ସ୍ଥାୟୀ ସାମ୍ବାଦିକ ଭବନ ନିର୍ମାଣ ପାଇଁ ଜମି ଚିହ୍ନଟ ନିମନ୍ତେ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ ସହ ବିଭିନ୍ନ ବିଷୟକୁ ନେଇ ପୁଙ୍ଖାନୁପଙ୍ଖ ଭାବରେ ଆଲୋଚନା କରାଯାଇଥିଲା । ଆସୋସିଏସନ୍‌ର ସମସ୍ତ ନୂତନ କର୍ମକର୍ତ୍ତା ନିଜ ଦାୟିତ୍ଵକୁ ସୂଚାରୁ ରୂପେ ତୁଲାଇବା ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା । ଶେଷରେ କାର୍ଯ୍ୟକାରୀ ସଭାପତି ଖଗେଶ୍ୱର ସାହୁ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.