ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ସ୍ଥିତ ନୃସିଂହନାଥ ଧର୍ମଶାଳା ପରିସରରେ ମଙ୍ଗଳବାର ଦିନ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ତଥା ପୂର୍ବତନ ପଦ୍ମପୁର ବିଧାୟକ ପ୍ରଦୀପ ପୁରୋହିତଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ପାଇକମାଲର ଅବସର ପ୍ରାପ୍ତ କର୍ମଚାରୀ, ବୁଦ୍ଧିଜୀବୀ, ସାମ୍ବାଦିକ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତାମାନେ ଯୋଗଦାନ କରିଥିଲେ । ସଭା ଆରମ୍ଭରେ ବିଜେପି କୃଷକ ମୋର୍ଚ୍ଚା ସଭାପତି ତଥା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଅତିଥି ପରିଚୟ ସହ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଜେପି ସଭାପତି ମାନମୋହନ ସାମଲ, ସମ୍ମାନିତ ଅତିଥି ଭାବେ ବରଗଡ ସାଂସଦ ସୁରେଶ ପୁଝାରୀ, ନିଳମଣୀ ପଣ୍ତା, ଡା. ରାଜୀବ ପଟ୍ଟନାୟକ, ଶଙ୍କର ପ୍ରସାଦ ଦାସ ପ୍ରମୁଖ ମଞ୍ଚାସିନ ଥିଲେ । ପାଇକମାଲ ଅଞ୍ଚଳର ବିଭିନ୍ନ ସମସ୍ୟା, ପାଇକମାଳ ଛକରେ ପରିସ୍ରାଗାର ନିର୍ମାଣ, ଲାଇନ୍ସ କ୍ଲବ ଶବ ବାହକ ଯାନ ପାଇଁ ଦାବି, ବରଗଡରୁ ନୁଆପଡା ଭାୟା ପାଇକମାଲ ଦେଇ ଶୀଘ୍ର ରେଳ ପଥ ନିର୍ମାଣ, ପାଇକମାଲରେ ସିଏଚ୍ସି, ଏନ୍ଏସ୍ସି, ଜଳସେଚନ ବ୍ୟବସ୍ଥା, ନୃସିଂହନାଥରେ ଏଟିଏମ୍ ସେବା ସ୍ଥାପନ, ପାଇକମାଲରୁ ନୃସିଂହନାଥ ରାସ୍ତା ପ୍ରଶସ୍ତି କରଣ ଓ ଷ୍ଟ୍ରିଟ ଲାଇଟ ଲଗାଇବା ପାଇଁ ପାଇକମାଲ ତରଫରୁ ଦାବି କରାଯାଇ ଥିଲା । ମୁଖ୍ୟ ଅତିଥି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ସମ୍ମାନିତ ଅତିଥି ସାଂସଦ ସୁରେଶ ପୂଝରୀ ତାଙ୍କ ବକ୍ତବ୍ୟରେ ଭାରତ ସରକାର ଓଡିଶାକୁ ସମସ୍ତ ଉନ୍ନତିମୂଳକ କାମପାଇଁ ଅନୁଦାନ ଦେଉଥିଲେ ମଧ୍ୟ ଓଡିଶା ସରକାରଙ୍କ ଇଚ୍ଚା ଶକ୍ତି ନ ଥିବାରୁ କୌଣସି ଉନ୍ନତିମୂଳକ କାମ ହେଇପାରୁ ନାହିଁ, ୨୦୨୪ରେ ଆମ ସରକାର ଆସିଲେ ଆପଣ ମାନଙ୍କର ସବୁ ଦାବି ପୁରଣ ହେବ ବୋଲି ସେମାନେ କହିଥିଲେ । ରାଜ୍ୟ ସଭାପତି ଶ୍ରୀ ସାମଲ ନୃସିଂହନାଥ ମନ୍ଦିର ଯାଇ ଭଗବାନ ମାର୍ଜାର କେଶରୀଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ । ପରେ ପଦ୍ମପୁର ଉପଖଣ୍ଡ ସ୍ଥିତ RMC ପ୍ରାଙ୍ଗଣରେ ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସଂଯୁକ୍ତ ମୋର୍ଚ୍ଚା ବୈଠକ ଅନୁଷ୍ଠିତ ହୋଇଛି । ଉକ୍ତ ସଭାରେ ହଜାର ହଜାର ବିଜେପି କର୍ମୀଙ୍କ ସହ ମାନ୍ୟବର ବରଗଡ ସାଂସଦ ସୁରେଶ ପୂଜାରୀ, ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଏବଂ ବରିଷ୍ଠ ବିଜେପି ନେତା ଯୋଗ ଦେଇ ବିଜେପିର ୯ବର୍ଷ ପୂର୍ତ୍ତି ଅବସରରେ ବିଜେପିର ଆଉ କିପରି ବିଜେପି ରାଜ୍ୟରେ ସୁଦୃଢ ହେବ ସେ ନେଇ ନିଜ ମନ୍ତବ୍ୟ ପ୍ରକାଶ କରିଥିଲେ ।