oom

ଓଡିଶା ଉଷୁ ଦଳର ଚୟନ ପାଇଁ ବଲାଙ୍ଗିର ଜିଲ୍ଲା ଉଷୁ ଦଳର ଭୁବନେଶ୍ୱର ଗସ୍ତ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସେପ୍ଟେମ୍ବର ୨୭ରୁ ଅକ୍ଟୋବର ୧୦ ତାରିଖ ପର୍ଯ୍ୟନ୍ତ ଗୁଜୁରାଟର ଗାନ୍ଧିନଗରଠାରେ ଅନୁଷ୍ଠିତ ହେବାକୁ ଯାଉଛି ବହୁ ପ୍ରତିକ୍ଷିତ ୩୬ତମ ଜାତୀୟ ଖେଳ ପ୍ରତିଯୋଗିତା । ଭାରତୀୟ ଅଲମ୍ପିକ ସଂଘ ଦ୍ୱାରା ଆୟୋଜିତ ହେବାକୁ ଥିବା ଖେଳର ଏହି ମହାକୁମ୍ଭ ଜାତୀୟ କ୍ରୀଡାକୁ ଓଡିଶା ଅଲମ୍ପିକ ସଂଘ ବିଭିନ୍ନ କ୍ରୀଡା ପାଇଁ ଓଡିଶା ଦଳକୁ ତତ୍ୱାବଧାନ କରିବ । ଏଥିପାଇଁ ଓଡିଶା ଉଷୁ ଦଳର ଚୟନ ପ୍ରକ୍ରିୟା ଆସନ୍ତା ୩୧ ତାରିଖ ରବିବାର ଦିନ ଭୁବନେଶ୍ୱର ସ୍ଥିତ ପୁମାସ ସ୍ପୋର୍ଷ୍ଟସ କପ୍ଲେକ୍ସଠାରେ ଆୟୋଜିତ ହେବ । ବଲାଙ୍ଗିର ଜିଲ୍ଲା ଉଷୁ ସଂଘ ତରଫରୁ ବଲାଙ୍ଗିର ଜିଲ୍ଲାକୁ ପ୍ରତିନିଧିତ୍ୱ କରିବା ପାଇଁ ଏକ ଜଣିଆ ଖେଳାଳି ଓ କୋଚ୍‌ ଯୁଧିଷ୍ଠିର ଗୁରହାଣ୍ଡିଙ୍କ ନେତୃତ୍ୱରେ ଆଜି ଭୁବନେଶ୍ୱର ଅଭିମୁଖେ ଯାତ୍ର କରିଛନ୍ତି । ୬୦ କି.ଗ୍ରା. ବର୍ଗରେ ରୁସ୍ତମ ନାଏକ ବଲାଙ୍ଗିର ଜିଲ୍ଲାର ଏହି ଖେଳାଳି ଓଡିଶା ଦଳରେ ସ୍ଥାନ ସୁନିଶ୍ଚିତ କରିବେ ବୋଲି ସଂଘର ସଭାପତି ତପନ କୁମାର ପାଣିଗ୍ରାହି, ଉପସଭାପତି ବାବୁଲାଲ ନାଏକ ଆଶାବ୍ୟକ୍ତ କରିଛନ୍ତି ବୋଲି ଏକ ପ୍ରେସ୍‌ ବିବୃତିରେ ଜିଲ୍ଲା ଉଷୁ ସଂଘର ସମ୍ପାଦକ ଯୁଧିଷ୍ଠିର ଗୁରହାଣ୍ଡି ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.