oom

କେନ୍ଦ୍ର ମତ୍ସ୍ୟ ମନ୍ତ୍ରାଳୟ ସଚିବଙ୍କ ଦୁଇଦିନିଆ ସୁନ୍ଦରଗଡ଼ ଗସ୍ତ

jsmm

ସୁନ୍ଦରଗଡ଼ : କେନ୍ଦ୍ର ମତ୍ସ୍ୟ ମନ୍ତ୍ରାଳୟ ସଚିବ ଯତୀନ୍ଦ୍ରନାଥ ସ୍ବାଇଁ ଦୁଇଦିନିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଆସି ମତ୍ସ୍ୟ ବିଭାଗ ଦ୍ବାରା ସହାୟତା ପାଇଥିବା ହିତାଧିକାରୀଙ୍କ ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଥିଲେ । ସଚିବଙ୍କ ଗସ୍ତ ସମୟରେ ବଣାଇ ବ୍ଲକସ୍ଥିତ ବଲିତାକୁଦର ଗ୍ରାମର ଅନୁଗ୍ରହ ଓରାମଙ୍କ ଦ୍ବାରା କରାଯାଇଥିବା ସମନ୍ବିତ ମାଛ ଚାଷ ପରିଦର୍ଶନ କରି ଆଙ୍ଗୁଳିକା ମାଛ ଯାଆଁଳା ଉତ୍ପାଦନ ଏବଂ ତହିଁର ଲାଭ ସମ୍ପର୍କରେ ହିତାଧିକାରୀଙ୍କୁ ପଚାରି ବୁଝିଥିଲେ। ପରେ ପରେ ନୂଆପଲ୍ଲୀର ସନାତନ ନାୟକ ଜୈବପୁଞ୍ଜ ପଦ୍ଧତିରେ ମାଛ ଚାଷକୁ ଦେଖି ଏହି ପଦ୍ଧତିରେ ମାଛ ଚାଷ କରି କିପରି ଆତ୍ମନିର୍ଭରଶୀଳ ହୋଇପାରିବେ ସେ ସମ୍ପର୍କରେ ବହୁ ଉପାଦେୟ ପରାମର୍ଶ ଦେଇଥିଲେ ।

ସେହିପରି ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ବିକାଶ ଯୋଜନାରେ ମଧ୍ୟମ ଜୈବପୁଞ୍ଜ ମାଧ୍ୟମରେ ମାଛ ଚାଷ ପ୍ରତି ଆକୃଷ୍ଟ ହୋଇଥିବା ଉଦ୍ୟୋଗୀ ବିଜୟ କୁମାର ଦାସଙ୍କ ସହ ଚିଙ୍ଗୁଡ଼ି ଚାଷ ସମ୍ପର୍କରେ ସଚିବ ଶ୍ରୀ ସ୍ବାଇଁ ଆଲୋଚନା କରିବା ସହ ଚିଙ୍ଗୁଡ଼ିର ବଜାର ବିକ୍ରୟ କଥା ପଚାରିଥିଲେ । ଏହା ପରେ କୁତ୍ରା ବ୍ଲକ୍ ଜଇରାମୁଣ୍ଡାର ବାସନ୍ତୀ ଟେଟେ ଓ ମୋଜେସ ଟେଟେ ସହ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନାର ନୂଆ ପୋଖରୀ ଖୋଳା ଓ ବୈଜ୍ଞାନିକ ପଦ୍ଧତିରେ ମାଛ ଚାଷ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ । ରାଜ୍ୟ ସରକାରଙ୍କ ଆର୍ଥିକ ସହାୟତା ପାଇ ବଡ଼ଗାଁ ବ୍ଲକର ଶିବାନୀ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଗ୍ରାମପଞ୍ଚାୟତ ପୋଖରୀରେ ମାଛ ଚାଷ କରି ଆଖିଦୃଶିଆ ଲାଭ ପାଇଥିବା ସମ୍ପର୍କରେ ସଚିବ ଅବଗତ ହୋଇଥିଲେ । ପ୍ରକଳ୍ପ ପରିଦର୍ଶନ ପରେ ସଚିବ ଶ୍ରୀ ସ୍ବାଇଁ ଜିଲ୍ଲାପାଳ ଡ. ପରାଗ ହର୍ଷଦ ଗାଭାଲିଙ୍କ ସହ ଆଲୋଚନା କରିଥିଲେ । ସଚିବଙ୍କ ଗସ୍ତ ସମୟରେ ଜିଲ୍ଲା ମତ୍ସ୍ୟ ଅଧିକାରୀ ଜିତେନ୍ଦ୍ର କୁମାର ବେହେରା, ବିଭିନ୍ନ ବ୍ଲକର ମତ୍ସ୍ୟ ଅଧିକାରୀ ଉପସ୍ଥିତ ରହ ମତ୍ସ୍ୟ ବିଭାଗର ବିଭିନ୍ନ ଯୋଜନା ସମ୍ବନ୍ଧରେ ତଥ୍ୟ ପ୍ରଦାନ କରିଥିଲେ ।

jittmm
Leave A Reply

Your email address will not be published.